ଉପ ଆରକ୍ଷୀ ନୀରିକ୍ଷକ ପ୍ରଭାସିନୀ ସାହୁଙ୍କ ଆତ୍ମହତ୍ୟା,କାରଣ ଖୋଜୁଛି ବିଭାଗ।

10

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ରେ କାର୍ଯ୍ୟରତ ଏସ୍ ଆଇ ପ୍ରଭାସିନୀ ସାହୁ ଥାନା ପରିସରରେ ଥିବା ସରକାରୀ ଗୃହରେ ଓଢ଼ଣୀ ବାନ୍ଧି ଝୁଲୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛନ୍ତି। ମୃତ ପ୍ରଭାସିନୀ ଦୁଇ ମାସର ଅନ୍ତଃସତ୍ବା ଓ ସେ ଗତ ଶୁକ୍ରବାର ରାତ୍ର ଡ୍ୟୁଟିରେ ରେ ଥିଲେ ଓ ସକାଳ ବେଳେ ଖୀର ବାଲା ଆସି ସେ ଝୁଲୁଥିବା ଅବସ୍ଥାରେ ଦେଖି ଥାନା ରେ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ କୁଳମଣି ସେଠୀ, ଉପଖଣ୍ଡ ଥାନା ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ମୃତ ପ୍ରଭାସିନୀ ଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ପୁର୍ବରୁ ସେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟକରୁଥିବା ସମୟରେ ଗତ ୨୦୨୪ ମସିହାରେ ଏସ୍ ଆଇ ଭାବେ ନିଯୁକ୍ତି ପାଇ ପୁରୁଷୋତ୍ତମ ପୁର ଥାନା ରେ ଯୋଗ ଦେଇଥିଲେ। ତାଙ୍କ ସ୍ବାମୀ ରେଳବାଇ ବିଭାଗର ଲୋକ ପାଇଲଟ୍ ଭାବେ କାର୍ଯ୍ୟରତ ଅଛନ୍ତି। ଉଭୟଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା ବୋଲି ସ୍ବାମୀ କହିଛନ୍ତି। ଅନ୍ୟ ପକ୍ଷରେ ପ୍ରଭାସିନୀ ଙ୍କ ଖବର ପୁରୁଷୋତ୍ତମ ପୁର ଥାନା ରେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇ ଆତ୍ମହତ୍ୟା ର ରୁପ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି।

ଏହି ଭଳି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି।କାରଣ ପୁର୍ବରୁ କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ଓ ରାୟଗଡ଼ା ଥାନା ଏସ୍ ଆଇ ଙ୍କ ମୃତ ଦେହ ସରକାରୀ ଗୃହରୁ ଉଦ୍ଧାର ହୋଇଥିବା ବେଳେ ବର୍ତମାନ ର ଏହି ଘଟଣା ସମ୍ବେଦନଶୀଳ ବୋଲି ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।

Leave A Reply

Your email address will not be published.