ପଦ୍ମପୁରରେ ନକଲି କଫ୍ ସିରପ୍ ଜବତ୍: ଜଣେ ଗିରଫ

8

ପଦ୍ମପୁର,: ସ୍ଥାନୀୟ ରଜାପଡ଼ା ବ୍ରିଜ୍ ନିକଟରେ ନକଲି କଫ୍ ସିରପ୍ ଓ ନିଶା ବଟିକା ବିକ୍ରି ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ରଜାପଡ଼ା ନିବାସୀ ଅଶେଷ ରୋହିଦାସ ।

ପୁଲିସ ସୂଚନା ଅନୁଯାୟୀ, ଗତ ୧୩ ତାରିଖ ରାତି ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ରଜାପଡ଼ା ବ୍ରିଜ୍ ନିକଟରେ ଏକ ହୋଣ୍ଡା ସିଡି ଡିଲକ୍ସ ବାଇକ୍‌ରେ ବସି ନକଲି କଫ୍ ସିରପ୍ ଓ ନିଟ୍ରୋସନ୍-୧୦ ବଟିକା ବିକ୍ରି କରାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପଦ୍ମପୁର ପୁଲିସ। ଏହାପରେ ଏସ୍‌ଆଇ ପ୍ରମିଳା ମାରେଇଙ୍କ ନେତୃତ୍ୱରେ ପୁଲିସ ଟିମ୍ ଚଢ଼ାଉ କରି ଅସେଷଙ୍କୁ ଧରିଥିଲା।

ତାଙ୍କ ନିକଟରୁ ୫ ଲିଟର ନକଲି କଫ୍ ସିରପ୍ ଭର୍ତ୍ତି ଏକ ପ୍ଲାଷ୍ଟିକ୍ ଜାର୍କିନ୍, ୬୫ଟି ୱିନ୍‌ସେରେକ୍ସ କଫ୍ ସିରପ୍ ବୋତଲ, ୧୭ଟି ନିଟ୍ରୋସନ୍-୧୦ ବଟିକା, ୧୫ଟି ବ୍ୟବହୃତ ପ୍ଲାଷ୍ଟିକ୍ ଗ୍ଲାସ୍ ଓ ଏକ ହୋଣ୍ଡା ସିଡି ଡିଲକ୍ସ ବାଇକ୍ ଜବତ କରାଯାଇଛି। ଏନେଇ ପଦ୍ମପୁର ଥାନାରେ କେସ୍ ନଂ ୩୩୯/୧୩.୧୧.୨୦୨୬ରେ ବିଏନ୍‌ଏସ୍‌ର ଧାରା ୨୭୬/୨୭୭/୧୧୧(୨)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପାଣ୍ତବ ଶବର ସୂଚନା ଦେଇଛନ୍ତି।

Leave A Reply

Your email address will not be published.