ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ଓ ଶିଶୁ ଦିବସ

10

ପାରଳାଖେମୁଣ୍ଡି / ଗଜପତି ଜିଲ୍ଲା , ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର , ପୂର୍ଣ୍ଣ ପୀଠ , ପାରସମ୍ବା ଅନୁଷ୍ଠାନରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ଓ ଶିଶୁ ଦିବସ ମହା ଆଡମ୍ବରରେ ପାଳନ ହୋଇଯାଇଛି।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ନିକଟସ୍ଥ ଅନୁକୁଣ୍ଡା ଗୁଡା ସରକାରୀ ମହିଳା ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସନି ବଡମୁଣ୍ଡି , ସି ଆର୍ ସି ସି ଶ୍ରୀ କେ. ଭଗ୍ୟରାଜ୍ ଓ ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ମିଶ୍ର ଯୋଗ ଦେଇ ଶିଶୁ ଦିବସ ଓ ବିଜ୍ଞାନ ଦିବସ ସମ୍ପର୍କରେ ବହୁ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ। ଏଥି ସହିତ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ମୋନାଜ କୁମାର ପଣ୍ଡା ଯୋଗ ଦେଇ ପିଲାଙ୍କୁ ଉତ୍ସାହ ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଶଶିଭୂଷଣ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ବରିଷ୍ଠ ସଭ୍ୟ ଗୋପୀନାଥ ପାଢ଼ୀ ସଭାପତିତ୍ଵ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଗୌରହରି କରସୁଧା ପଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ମାତୃପୀଠର ସଭାପତି ବଳରାମ ଭାଇ , ହରି ଭାଇ , ଗୀତା ଅପା ଓ ଅନ୍ୟାନ୍ୟ ଅପା ଭାଇ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ଦେଖିଥିଲେ।
ବିଭିନ୍ନ ଅନୁଷ୍ଠାନର ଶିକ୍ଷକ , ଛାତ୍ର ଛାତ୍ରୀ ଓ ଅଭିଭାବକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ଦର୍ଶନ ପରିଦର୍ଶନ କରିଥିଲେ ଓ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ସୀମାଞ୍ଚଳ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅପା ଭାଇ ସହଯୋଗ କରିଥିଲେ।

Leave A Reply

Your email address will not be published.