୪ କୋଟି ୮ ଲକ୍ଷ ୮୯ ହଜାର ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା

40

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପିଡବ୍ଲ୍ୟୁଡି ରାସ୍ତାରୁ ଭେଲୁଆଁଖୋଲ – ସାହାଜପାଣି ଭାୟା ଗଇଲଗୁଡା, ରାସ୍ତାର ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ୪ କୋଟି ୮ ଲକ୍ଷ ୮୯ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କରାଯିବ।

ଏହି ଅବସରରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚ ଗୀତାଞ୍ଜଳୀ ପୁଟେଲ ଓ ସମିତି ସଭ୍ୟା ରୀନା ସାମିନୀ, ବ୍ଲକ୍ ବିଜେଡି ସଭାପତି ଦୁଷ୍ମନ୍ତ ପଟେଲ ଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ।ଏହି ରାସ୍ତା ନିର୍ମାଣ ଦ୍ୱାରା ଭେଲୁଆଁଖୋଲ, ଗଇଲଗୁଡା ଓ ସାହାଜପାଣି ଅଞ୍ଚଳର ଲୋକଙ୍କ ଯାତାୟାତ ସୁଗମ ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଜରୁରୀ ସେବା ପାଇବାରେ ସୁବିଧା ହେବ ବୋଲି ଆଶା ପ୍ରକାଶ ପାଇଛି।

Leave A Reply

Your email address will not be published.