୪ କୋଟି ୫୨ ଲକ୍ଷ ଟଙ୍କା ବ୍ୟୟରେ ଡଙ୍ଗାଘାଟରୁ ସାଲେବାହାଲି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା ବର୍ଷା ସିଂ ବରିହା।

49

ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ରାଜବୋଡ଼ାସମ୍ବର ବ୍ଲକ୍ ଅନ୍ତର୍ଗତ ଡଙ୍ଗାଘାଟ ପଞ୍ଚାୟତର ଡଙ୍ଗାଘାଟରୁ ସାଲେବାହାଲି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ୪ କୋଟି ୫୨ ଲକ୍ଷ ୧୧ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କରାଯିବ।

ଏହି ଅବସରରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟା ପୂର୍ଣ୍ଣିମା ରଣା, ଡଙ୍ଗାଘାଟ ଗ୍ରାମ ପଞ୍ଚାୟତର ସରପଞ୍ଚ ଶଙ୍କର୍ଷଣ ନାଗ ଓ ସମିତି ସଭ୍ୟ ସୁଶାନ୍ତ ପାଣ୍ଡେଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

ଏହି ରାସ୍ତା ନିର୍ମାଣ ଦ୍ୱାରା ଡଙ୍ଗାଘାଟ ଓ ସାଲେବାହାଲି ଅଞ୍ଚଳର ଲୋକଙ୍କ ଯାତାୟାତ ସୁଗମ ହେବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଜରୁରୀ ସେବା ପାଇବାରେ ସୁବିଧା ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.