ପାଇକମାଳ ମୁଖ୍ୟ ଛକରେ ସ୍ୱୟଂଚାଳିତ ଟ୍ରାଫିକ ଲାଇଟ୍ ଉଦ୍‌ଘାଟିତ

84

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସହିତ ପାଇକମାଳ ଅଞ୍ଚଳରେ ଯାନବାହନ ଚଳାଚଳ ଓ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଚାଲିଛି। ଏହି ସମସ୍ୟାର ନିୟନ୍ତ୍ରଣ ତଥା ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇକମାଳ ମୁଖ୍ୟ ଛକଠାରେ ଏକ ସ୍ୱୟଂଚାଳିତ ଟ୍ରାଫିକ ଲାଇଟ୍ ସ୍ଥାପନ କରାଯାଇଛି।

ଆଜି ଏହାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଟ୍ରାଫିକ ଲାଇଟ୍‌ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ବ୍ୟବସ୍ଥା ଦ୍ୱାରା ମୁଖ୍ୟ ଛକରେ ଯାନବାହନ ଚଳାଚଳ ନିୟନ୍ତ୍ରିତ ହେବା ସହ ଟ୍ରାଫିକ ସମସ୍ୟା ହ୍ରାସ ଏବଂ ଦୁର୍ଘଟଣା ରୋକିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

ଏହି ଅବସରରେ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ, ହୃଦାନନ୍ଦ ବାରିକ,ଗୌତମ ସିଂ, ଟାଇଲ ଚନ୍ଦ୍ର ଭୋଇ ଓ ବିଜୁ ସ୍ୱାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.