ସିଦ୍ଧେଶ୍ବର ଡିଗ୍ରୀ କଲେଜର ୟୁଥ ରେଡ଼କ୍ରସ ପକ୍ଷରୁ ରକ୍ତଦାନ ଶିବିର:70 ୟୁନିଟ ରକ୍ତ ସଂଗ୍ରହ।

10

ବସ୍ତା 13/11:ବସ୍ତା ବ୍ଲକ ଅନ୍ତର୍ଗତ ନାଟାକଟା ପଞ୍ଚାୟତ ସ୍ଥିତ ଅମର୍ଦାରୋଡ ସିଦ୍ଧେଶ୍ବର ଡିଗ୍ରୀ କଲେଜରେ କଲେଜ ପରିସର ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।କଲେଜର ୟୁଥ ରେଡ଼କ୍ରସ ଅଧ୍ୟାପକ ସାଗର ବଡେଇ ଓ ଅଧ୍ୟାପିକା ତୃପ୍ତି ରେଖା ମାଝୀଙ୍କ ତତ୍ୱାବଧନରେ ମୁଖ୍ୟ ଅତିଥି ଭାବେ କଲେଜର ଅଧକ୍ଷ ଡ଼.ବସନ୍ତ କୁମାର ବଳ ଯୋଗଦେଇ ଶିବିରକୁ ଫିତା କାଟି ଉଦ ଘାଟନ କରିବା ସହିତ ଛାତ୍ର/ଛାତ୍ରୀଙ୍କୁ ରକ୍ତ ଦାନ କରି ପୁଣ୍ୟ ଅର୍ଜନ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ଦିନକୁ ଦିନ ଦ୍ରୁତ ଗତିରେ ଜନ ସଂଖ୍ୟା ବୃଦ୍ଧି ପାଉଛି। ସରକାରୀ, ବେସରକାରୀ ଅନୁଷ୍ଠାନ ସହିତ ବିଭିନ୍ନ ସ୍ୱଛାସେବୀ ସଂଗଠନ ଦ୍ୱାରା ରକ୍ତ ସଂଗ୍ରହ ହେଉଥିଲେ ବି ତାହା ବ୍ୟାପକ ହେଉନାହିଁ ଯାହାପାଇଁ ଅନେକ ସମୟରେ ଥାଲ୍ଲାସେମିଆ ରୋଗୀ, ପ୍ରସ୍ତୁତି,ଦୃଘଟଣା ଗ୍ରସ୍ତ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଥାନ୍ତି। ଅଭାବୀ ରକ୍ତର ମୁକାବିଲା ଓ ସମସ୍ୟା ସମାଧାନ ସହିତ ରାଜ୍ୟର ରକ୍ତ ଅଭାବ ଜନିତ କାହାରି ଯେପରି ମୃତ୍ୟୁ ନହେଉ, ଏଥିପାଇଁ ରକ୍ତଦାନ ମହତ ଦାନ ଓ ରକ୍ତ ଦେବା, ଜୀବନ ବଞ୍ଚାଇବାର ବାର୍ତ୍ତା ବାଣ୍ଟି ଛାତ୍ର/ଛାତ୍ରୀଙ୍କୁ ସଚେତନ କରାଇବାକୁ ଅଧକ୍ଷ ଡ଼. ଶ୍ରୀ ବଳ ଆହ୍ୱାନ ଦେଇଥିଲେ।ସମାଜର ଯୁବକମାନେ ରକ୍ତଦାନ କରିବାକୁ ଆଗେଇ ଆସିଲେ ରକ୍ତ ଅଭାବରେ କାହାରି ଜୀବନ ହାନି ହବ ନାହିଁ । ଏଭଳି ମହତ କାମରେ ଜଡିତ ଥିବା ଛାତ୍ର/ଛାତ୍ରୀଙ୍କୁ ଜଗନ୍ନାଥ ସଦା ସର୍ବଦା ଆଶୀର୍ବାଦ କରନ୍ତୁ ବୋଲି ପ୍ରକାଶ କରିଥିଲେ।ବାଲେଶ୍ୱର ରକ୍ତ ଭଣ୍ଡାରର ଡାକ୍ତର ଜୋତିକା ପାଢ଼ୀ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକନି ସିଆନ ଶୁଚିସ୍ମିତା ଦାସ, ରାଜେଶ ମିଶ୍ର,ମନୋଜ କୁମାର ଗୋଛା ୟତ,ଅଜୟ ମହାପାତ୍ର ଓ ବିଦ୍ୟା ଧର ସାହୁ ରକ୍ତ ସଂଗ୍ରହ କରି ଥିଲେ। ତେବେ ଶିବିରରେ ମୋଟ 70 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।କଲେଜ ୟୁଥ ରେଡ଼ କ୍ରସର ଅଧିକାରୀ,ଏନ ସି ସି, ଏନ ଏସ ଏସର ଛାତ୍ର/ଛାତ୍ରୀ ଓ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଏବଂ ଅଣ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ।

Leave A Reply

Your email address will not be published.