‘ମାଆ’ ଶୀର୍ଷକରେ କବିତା ପାଠ କଲେ ବିଭିନ୍ନ ଜିଲ୍ଲାର ୩୦ରୁ ଊର୍ଦ୍ଧ୍ୱ କବି
ବେଲଗୁଣ୍ଠା;୧୩/୧୧,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଗୋବରା ବାସୁଦେବପୁର ମୁଖ୍ୟ ସଡ଼କରେ ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ଆୟୋଜିତ ମାଆ ଶ୍ୟାମାକାଳୀ ପୂଜା ଅବସରରେ ଗୁରୁବାର ସନ୍ଧ୍ୟାରେ ଏକ ଭାବପୂର୍ଣ୍ଣ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମାଆଙ୍କ ସନ୍ଧ୍ୟା ଆଳତି ପରେ ରାତି ୮ଟାରେ ସାଂସ୍କୃତିକ ମଞ୍ଚରେ ଏହି ସାହିତ୍ୟ ଆସର ଆରମ୍ଭ ହୋଇଥିଲା। ‘ମାଆ’ ଶୀର୍ଷକରେ ନୟାଗଡ଼, ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାର ୩୦ରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ।ଯୁବକ ସଂଘ ସଭାପତି ସବ୍ୟସାଚୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବକୁ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ, ଲୋହରାଖଣ୍ଡି ସାହିତ୍ୟ ସଂସଦର ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ଓ ଉପସଭାପତି ସ୍ନେହଲତା ବିଷୋୟୀ ଉଦ୍ଘାଟନ କରିଥିଲେ।
ନୟାଗଡ଼ ଜିଲ୍ଲାରୁ ଡ. ପରମାନନ୍ଦ ସ୍ୱାଇଁ, ଶାନ୍ତନୁ ବିଷୋୟୀ, ରାଜକିଶୋର ନାୟକ ଓ ସୁକାନ୍ତ ଚନ୍ଦ୍ର ଚୌଧୁରୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ଶ୍ରୀମନ୍ତ ବିଷୋୟୀ, ଅନୀମା ମହାନ୍ତି, ରାଜେନ୍ଦ୍ର କୁମାର ବିଷୋୟୀ, ନୀରଜା ତ୍ରିପାଠୀ, ମାଣିକ ବଳ, ଅଶୋକ କୁମାର ଗୌଡ଼, ସୁଦାମ ଦଳବରା, ଗୋପାଳ ଚନ୍ଦ୍ର ଲେଙ୍କା, ମିଥୁନ ପାତ୍ର, ପ୍ରମଦା ସାହୁ, ମନୋଜ କୁମାର ସାହୁ, ଦିବ୍ୟକାନ୍ତ ସାମଲ, ତ୍ରିନାଥ ବେହେରା, ସୁବ୍ରତ କୁମାର ରାଜୁ, ବର୍ଷା ନାୟକ, ମନୋରମା ମିଶ୍ର, ଆଶାଲତା ବେହେରା, ପ୍ରଣତୀ ପାଣିଗ୍ରାହୀ, ସୁନୀଲ କୁମାର ପାଣି, ଶିଶିର କୁମାର ସ୍ୱାଇଁ, ସ୍ନେହଲତା ବିଷୋୟୀ ଓ ସରୋଜିନୀ ଦାସ ପ୍ରମୁଖ କବିତା ପାଠ କରିଥିଲେ। ଏଥିସହ ଦାଦ୍ରା ଓ ନଗର ହାବେଳିରୁ ମୁକେଶ ମାଥୁର ମହାନ୍ତି କବିତା ପାଠ କରାଯାଇଥିଲା।

କବିତାରେ ମାତୃତ୍ୱ, ମମତା, ତ୍ୟାଗ ଓ ସ୍ନେହର ଭାବଧାରା ପ୍ରତିଫଳିତ ହୋଇଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୋତାମାନେ ଏହାର ଭରପୂର ଆନନ୍ଦ ନେଇଥିଲେ। ଏହି ଅବସରରେ ଯୁବକ ସଂଘ ପକ୍ଷରୁ ସମସ୍ତ କବିଙ୍କୁ ଉପଢ଼ୌକନ ଓ ସମ୍ବର୍ଦ୍ଧନାପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମାଜସେବୀ ଗୋପାଳ ଚନ୍ଦ୍ର ରାଉତ ଓ ପ୍ରହଲ୍ଲାଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଏହି ସମ୍ମାନ ପ୍ରଦାନ କରିଥିଲେ। ରେସ୍ପଣ୍ଡ ଟ୍ରଷ୍ଟର ଅଧ୍ୟକ୍ଷ ସ୍ୱସ୍ତି ସୁନ୍ଦର ସିଅ ଓ ଶିକ୍ଷକ ଶିଶିର କୁମାର ସ୍ୱାଇଁ କବିତା ସଂଯୋଜନା କରିଥିବା ବେଳେ ଶିକ୍ଷକ ରାଜେନ୍ଦ୍ର କୁମାର ବିଷୋୟୀ ଅନ୍ତିମ ସଙ୍ଗୀତ ପରିବେଷଣ କରିଥିଲେ। ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।