ହିଞ୍ଜିଳିକାଟୁ;୦୯/୧୧/୨୬(ରଜତ ପଟ୍ଟନାୟକ)ଜାତୀୟ ସ୍ତରରେ କବାଡ଼ି ଖେଳିବାର ସୁଯୋଗ ପାଇ ଗଞ୍ଜାମ ଜିଲ୍ଲା ତଥା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ କଞ୍ଚୁରୁ ପାଇଁ ଗୌରବ ଆଣିଛନ୍ତି ଛାତ୍ରୀ ନନ୍ଦିନୀ ସାହୁ।ଓଡ଼ିଶା କବାଡ଼ି ଆସୋସିଏସନ୍ ପକ୍ଷରୁ ନଭେମ୍ବର ୭ ତାରିଖରେ ଯାଜପୁର ଜିଲ୍ଲାର କୁଆଖିଆ ସ୍ଥିତ ପିଏମ୍ ଶ୍ରୀ ମଧୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ଚୟନ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ନନ୍ଦିନୀ ୩୬ତମ ସବ୍-ଜୁନିୟର ଜାତୀୟ କବାଡ଼ି ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି।ଆସନ୍ତା ଡିସେମ୍ବର ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ବୋକାରୋ ଷ୍ଟିଲ୍ ସିଟିଠାରେ ମହିଳା ବର୍ଗର ଏହି ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ।ନନ୍ଦିନୀଙ୍କ ଏହି ସଫଳତା କେବଳ ବିଦ୍ୟାଳୟ ପାଇଁ ନୁହେଁ,ସମଗ୍ର ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।ତାଙ୍କର ଏହି କୃତିତ୍ୱରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ସହପାଠୀ ଓ ଶୁଭେଚ୍ଛୁମାନେ ଆନନ୍ଦ ପ୍ରକାଶ କରିବା ସହ ଜାତୀୟ ସ୍ତରରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ବିଦ୍ୟାଳୟ ଓ ଓଡ଼ିଶାର ଗୌରବ ବୃଦ୍ଧି କରିବାକୁ ତାଙ୍କୁ ଶୁଭକାମନା ଜଣାଇଛନ୍ତି।ନନ୍ଦିନୀ ନିଜର ସଫଳତାର ସମସ୍ତ ଶ୍ରେୟ ପରିବାରବର୍ଗ ଓ ଗୁରୁଜନଙ୍କୁ ପ୍ରଦାନ କରିବାସହ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଭୂତି ପଟ୍ଟନାୟକଙ୍କ ଉଚିତ୍ ମାର୍ଗଦର୍ଶନରେ ସେ ଏହି ସଫଳତା ପ୍ରାପ୍ତ କରିଛନ୍ତି ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.