ବାଜିଲା ଘଣ୍ଟି, ଫେବୃୟାରୀ ୨୪ରେ ବିଜେପୁର ଭୋଟ

0

ଭୁବନେଶ୍ୱର- ଆସନ୍ତା ମାସ ଫେବୃୟାରୀ ୨୪ ତାରିଖରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବା ୨୮ ତାରିଖ ଦିନ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବା ଏ ସମ୍ପର୍କରେ ଭାରତୀୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତିା ଏହି ଘୋଷଣା ଅନୁଯାୟୀ ଆସନ୍ତା ୩୦ ତାରିଖରେ ଗେଜେଟ୍ ନୋଟିଫିକେସନ କରାଯିବା ଫେବୃୟାରୀ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୬, ୭ରେ ଯାଂଚ, ୯ରେ ପ୍ରତ୍ୟାହାର ର କାଯର୍ୟକ୍ରମ ରହିଛିା ଆଜିଠାରୁ ନିର୍ବାଚନ ଆଚରଣ ବିଧି  ଲାଗୁ କରାଯାଇଛିା ସୂଚନାଯୋଗ୍ୟ ଯେ, ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ସୁବଳ ସାହୁ ପ୍ରତିନିଧିତ୍ୱ କରୁଥିଲୋ ତାଙ୍କ ମୃତୁ୍ୟ ପରେ ଏହି ଆସନଟି ଖାଲି ପଡ଼ିଥିଲାା
ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲାା ଏହି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୧ ହଜାର ୧୪୪ ଜଣ ଭୋଟର ରହିଛନ୍ତିା ଏଥି ଧ୍ୟରୁ ୧ ଲକ୍ଷ ୧୫ ହଜାର ପୁରୁଷ ଭୋଟର ଥିଲା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୧୩ା ୨୭୦ ବୁଥରେ ଭୋଟ ଗ୍ରହଣ କରାଯିବା
ଉପ ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ଅଧିକ ସକ୍ରିୟ ହୋଇପଡ଼ିଛନ୍ତିା ନିଜ ସପକ୍ଷରେ ଭୋଟ କିପରି ଆସିବ ସେଥ#ନେଇ ସେମାନେ ବିଭିନ୍ନ ପ୍ରସଙ୍ଗ ଯୋଗାଡ଼ କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.