ଖାସି ଦୋକାନ ଆଢ଼ୁଆଳରେ ବ୍ରାଉନ ସୁଗାର ବିକ୍ରି!

12

ଜାତୀୟ ରାଜପଥ ପାର୍ଶ୍ୱରୁ ୧୪୫ ଗ୍ରାମ ଜବତ, ୨ ଗିରଫ।

ବସ୍ତା 6/11(ପି ଏନ ଏସ ):ଜାତୀୟ ରାଜପଥ ପାର୍ଶ୍ୱରେ ଖାସି ଦୋକାନ ଆଢ଼ୁଆଳରେ ଚାଲିଥିଲା ବ୍ରାଉନ ସୁଗାର ବିକ୍ରି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅମର୍ଦା ରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ ଆଜି ପୂର୍ବାହ୍ନ ସମୟରେ ବସ୍ତା ଥାନା 16ନମ୍ବର ଜାତୀୟ ରାଜପଥ ପୁରୁଣା ଟୋଲଗେଟ ପାର୍ଶ୍ୱରେ ଥିବା ଏକ ଖାସି ଦୋକାନରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଦୋକାନରୁ ୧୪୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ସିଂଲା ଥାନା କାଦରାୟାଁ ଗ୍ରାମର ସେକ ଜଶିମୁଦ୍ଦିନ ଓ ସେକ କାଲୁ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା କରାଯାଉଛି। ଏହି ନିଶା କାରବାର ରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଏହି ଚଢ଼ାଉରେ ଅତିରିକ୍ତ ତହସିଲଦାର ପିଜ୍ୟୁସକାନ୍ତ ପ୍ରଧାନ, ଭେଲୋରା ରାଜସ୍ବ ନିରୀକ୍ଷକ ରଞ୍ଜିତ କୁମାର ଜେନା ଅମର୍ଦାରୋଡ ଆଉଟପୋଷ୍ଟ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ,ରଘୁନାଥପୁର ରାଜସ୍ବ ନିରୀକ୍ଷକ ମନୋଜ ସେଠି, ଏଏସଆଇ ଉତ୍ତମ କୁମାର ସିଂ ସହ ବସ୍ତା ଥାନା ର ବହୁ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.