ତିନି କୋଶିଆ ଜଙ୍ଗଲରେ କାର ବ୍ୟବସାୟୀଙ୍କ ମୃତ ଦେହ ଠାବ, ହତ୍ୟା ନା ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ମୃତକର ବାପା।

12


ନିଳଗିରି: ବାପା ମୁଁ ଆଉ ଦୁନିଆରେ ନାହିଁ, ମୋ ପାଇଁ କେହି ମନ ଦୁଃଖ କରିବ ନାହିଁ, ସିପୁ ନନା ସମସ୍ତଙ୍କୁ ମାରିଦେବ, ତାହା ଠାରୁ କେହି ଟଙ୍କା ଆଣିବ ନାହିଁ, ତା ବ୍ୟାଙ୍କ୍ ଆକାଉଣ୍ଟ ଦେଖିବୁ, ଭାଇକୁ ଅନାଇଥିବୁ, ଏସବୁ କରୁଣ ହାତ ଲେଖା ଚିଠି ମୃତକ ନିକଟରୁ ପୋଲିସ ଜବଦ କରିଛି। ନିଳଗିରି ଥାନା ଅନ୍ତର୍ଗତ ମିତ୍ରପୁର ଅଞ୍ଚଳର ଯୁବ କାର ବ୍ୟବସାୟୀ ଭରତ ଜେନାଙ୍କ ପୁଅ ଶୁଭମ୍ କୁମାର ଜେନାଙ୍କ ମୃତ ଶରୀରର ଭାଲୁକା ଶୁଣି ଜଙ୍ଗଲରେ ଏକ ଶାଳ ଗଛରେ ଝୁଲୁ ଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପୁଅ ଗୁରୁବାର ଦିନ ୪ଟା ସମୟରେ କପ୍ତି ପଦା ଯିବି ବୋଲି କହି ଘରୁ ବାହାରି ଯାଇଥିଲା। ମାତ୍ର ସନ୍ଧ୍ୟା ପରେବୀ ଘରକୁ ନ ଫେରିବାରୁ ବାପା ଭରତ ବହୁ ଜାଗା ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇଁ ନ ଥିଲେ। ପୁଅର ମୋବାଇଲ ବନ୍ଦ ରହିଥିବାରୁ ଶେଷରେ ନୀଳଗିରି ଥାନାରେ ମୋବାଇଲ୍ ଟ୍ରାକ ପାଇଁ ଅଭିଯୋଗ କରିଥିଲେ। ମାତ୍ର ମୋବାଇଲ ବନ୍ଦ ରହିଥିବାରୁ ଟ୍ରାକ ହୋଇ ପାରିନଥିଲା। ଶୁକ୍ରବାର ସକାଳେ ପ୍ରାୟ ୬ଟା ସମୟରେ ସ୍ଥାନୀୟ ଲୋକେ ଏକ ଶାଳ ଗଛରେ ଏକ ଝୁଲନ୍ତା ଯୁବକର ମୃତ ଶରୀରର ଝୁଲୁ ଥିବାର ଦେଖିବାକୁ ପାଇବା ପରେ ଘଟଣା ସ୍ଥଳରେ ଲୋକାରଣ୍ୟ ହୋଇଯାଇଥିଲା। ଏପଟେ ବାପା ଭରତ ପୁଅକୁ ଖୋଜି ଖୋଜି ଉକ୍ତ ସ୍ଥାନରେ ପହଂଚି ଦେଖନ୍ତେ ତାର ପୁଅ ଶୁଭମ୍ ବୋଲି। ସୁଚନା ଅନୁସାରେ ମିତ୍ରପୁର ଅଞ୍ଚଳର ଭରତ ଜେନାଙ୍କ ପୁଅ ଶୁଭମ୍ କୁମାର ଜେନା କୁରୁଡା ନିକଟରେ ଏକ ପୂରୁଣା କାର ସୋ ରୁମ ରହିଥିବା ବେଳେ ଏକ ଜରୁରୀ କାମରେ ଗୁରୁବାର ଦିନ ୪ଟା ସମୟରେ କପ୍ତିପଦା ଯାଇଥିଲା। ମାତ୍ର ସନ୍ଧ୍ୟା ପରେ ପୁଅ ଶୁଭମ୍ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ବରହମପୁର ଥାନା ଅନ୍ତର୍ଗତ ଶେରଗଡ ନିଳଗିରି ଝରଣା ଘାଟି ୧୯ନମ୍ୱର ରାଜ୍ୟ ରାଜପଥ ର ଦେବଯାନୀ ଛକ ନିକଟରେ ଏକ ଶାଳ ଗଛରେ ଶୁଭମ୍ ର ମୃତ ଦେହ ଝୁଲୁ ଥିବା ବେଳେ ତଳେ ତାର ବାଇକଟି ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି।ଘଟଣା ସ୍ଥଳରେ ଲୋକାରଣ୍ୟ ହୋଇଯାଇଥିଲା। ଖବର ପାଇ ବରହମପୁର ଥାନା ଅଧିକାରୀ ଜୋନ୍ ପଟ୍ଟନାୟକ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ମର ଶରୀରକୁ ଗଛରୁ ଓହ୍ଲାଇ ଶବ ବ୍ୟବଚ୍ଛେଦ ପାଇଁ ନିଳଗିରି ମେଡ଼ିକାଲକୁ ନେଇଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ପୋଲିସ ର ତଦନ୍ତ ପରିସରର। ଏପଟେ ଶୁଭମ୍ ର ବାପା ଭରତ ଜେନା ମୋ ପୁଅକୁ ମାରି ଦେଇ ଗଛରେ ଟାଙ୍ଗି ଦିଆ ଯାଇଛି ବୋଲି ବରହମପୁର ଥାନାରେ ଅଭିଯୋଗ କରିଛନ୍ତି। ତେବେ ସିପୁ ନନା କିଏ, ଯିଏକି ଶୁଭମ୍ କୁ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଇ ଆସୁଥିଲା, ତା ପାଇଁ ଅନେକ ଲୋକ ଜୀବନ ହାରିବେ ବୋଲି ଚିଠିରେ ଲେଖିଥିଲେ। ଅନ୍ୟ ଦିଗରେ ଉକ୍ତ ହାତ ଲେଖା ଚିଠି ଉପରେ ସଠିକ୍ ତଦନ୍ତ କଲେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଏ ନେଇ ବରମପୂର୍ ଥାନାରେ ୧୩୬ନମ୍ବର ହତ୍ୟା ମାମଲା ରୁଜୁ କରାଯାଇ ଥିବା ବେଳେ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିଛି।ତେବେ ଘଟଣା ନେଇ ପୋଲିସ ନିରପେକ୍ଷ ତଦନ୍ତ କଲେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଉଛି।

Leave A Reply

Your email address will not be published.