ଅସୁସ୍ଥ ନଥାଇ ମିଛ କହିଲେ ଡିଆର୍‍ଏମ୍‍

0

ଏମ୍‍ଓୟୁ: ଖୋର୍ଦ୍ଧାରୋଡ୍‍ ଡିଆର୍‍ଏମ୍‍ ଅନୁପସ୍ଥିତ ରହିବା, ରାଜନୀତି ଦ୍ୱାରା ପ୍ରେରିତ ନୁହେଁ ତ?

ଭୁବନେଶ୍ୱର,୨୦/୧/୨୦୧୮: ଗତ କିଛିଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେସନ୍‍କୁ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଗସ୍ତ କରି ଘୋଷଣା କରିଥିଲେ ଯେ ଭୁବନେଶ୍ୱର ରେଳ ଷ୍ଟେସନ୍‍କୁ ଆଧୁନିକୀକରଣ ପାଇଁ ଖୁବ୍‍ଶୀଘ୍ର ଏମ୍‍ଓୟୁ କରାଯିବ । ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନ୍‍ ଆଧୁନିକୀକରଣ ପାଇଁ ରେଳବାଇ ପକ୍ଷରୁ ଜାନୁଆରୀ ୨୦ ତାରିଖ ଶନିବାର ଦିନ ଏଠାରେ ଏମ୍‍ଓୟୁ ସ୍ୱାକ୍ଷର ଲାଗି ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ଦିନ ସ୍ଥିର ହୋଇଥିଲା । ଏପରିକି ଦିଲ୍ଲୀ ରେଳବାଇ ବୋର୍ଡ କାର୍ଯ୍ୟାଳୟରୁ ଏଥିପାଇଁ ଆଜି ମଧ୍ୟ ଉଚ୍ଚ ପଦାଧିକାରୀ ଆସି ଭୁବନେଶ୍ୱରରେ ପହଞ୍ଚôଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ହଠାତ୍‍ ଖୋର୍ଦ୍ଧାରୋଡ୍‍ ଡିଆର୍‍ଏମ୍‍ ଅସୁସ୍ଥତାର ବାହାନା ଦେଖାଇ ଏମ୍‍ଓୟୁ ପାଇଁ ଆସିନଥିଲେ । ଡାକ୍ତରଖାନା ସୂତ୍ରରୁ ଜଣାପଡିଛି, ଡିଆର୍‍ଏମ୍‍ ଅସୁସ୍ଥ ଥିବା ତଥ୍ୟ ସେମାନଙ୍କ ପାଖରେ ନାହିଁ । ତେବେ ପ୍ରଶ୍ନ ଉଠୁଛି, ଡିଆର୍‍ଏମ୍‍ ଏପରି ମିଛ କହି ଅନୁପସ୍ଥିତ ରହିଲେ କାହିଁକି? ଏହା ରାଜନୀତି ଦ୍ୱାରା ପ୍ରେରିତ ନୁହେଁ ତ? ବୋଲି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.