ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌର ପରିଷଦର ପୂର୍ବତନ କାଉନସିଲର ତ୍ରିପତି ପାତ୍ରଙ୍କ ବିଶାଖାପାଟଣା ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ବିୟୋଗ ଘଟିଛି। ତାଙ୍କର ଘର ପାରଳାଖେମୁଣ୍ଡି ସାନବ୍ରାହ୍ମଣସାହିରେ ଅବସ୍ଥିତ।
ସେ ଜଣେ ସମାଜସେବୀ ଏବଂ ସମଭାବାପନ୍ନ ବ୍ୟକ୍ତି ହିସାବରେ ସମସ୍ତଙ୍କର ଜଣାଶୁଣା ଥିଲେ।ତାଙ୍କର ଅକାଳ ବିୟୋଗରେ ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ଯକ୍ଷା ନିର୍ମଳା ସେଠୀ ତଥା ସମସ୍ତ କାଉନସିଲର , ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ , ହାଇଟେକ ହସପିଟାଲର ଅଧ୍ଯକ୍ଷ ଡ.ତିରୁପତି ପାଣିଗ୍ରାହୀ , ମୋହନା ବିଧାୟକ ଦାଶରଥି ଗମାଙ୍ଗ , ଗଜପତି ଜିଲ୍ଲା ପରିଷଦର ଅଧ୍ଯକ୍ଷ ଗାବରା ତିରୁପତି ରାଓ , ପୂର୍ବତନ ବିଧାୟକ କେ.ନାରାୟଣ ରାଓ , ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାଏକ , କଂଗ୍ରେସର ବରିଷ୍ଠ ନେତା ବସନ୍ତ ପଣ୍ଡା , ଅଭିମନ୍ୟୁ ପଣ୍ଡା ତଥା ଗଜପତି ଜିଲ୍ଲା ସାମ୍ୱାଦିକ ସଂଘର ସମସ୍ତ ପ୍ରତିନିଧି ଦୁଃଖ ପ୍ରକାଶ କରିବାସହ ସେହି ଅମର ଆତ୍ମା ନିକଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାସହ ଦୁଃଖଦ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.