ବେଲଗୁଣ୍ଠା,୧୭/୧୦, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ତା -17/9/2026 ରିଖ ଠାରୁ ତା – 16/10/2026 ରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ବ୍ୟାପି ବେଲଗୁଣ୍ଠା ସହରର 13 ଟି ୱାର୍ଡ ତଥା ବିଭିନ୍ନ ଜନଗହଳି ସ୍ଥାନ ଗୁଡିକରେ ସ୍ୱଚ୍ଛ ଭାରତ ମିଶନ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କୀୟ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପରିଷଦ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବର୍ଜ୍ୟବସ୍ତୁରୁ ବ୍ୟାବହାରିକ ଉପକରଣ ପ୍ରସ୍ତୁତି ପ୍ରଯୋଗିତାରେ ବିଜେତା ଛାତ୍ରଛାତ୍ରୀଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯାଇଥିଲା | ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପାରିଷଦ ଏସ ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ, ଦିଲ୍ଲୀପ କୁମାର ଆଚାରୀ, ବିଶ୍ୱନାଥ ଦଳେଇ ପ୍ରମୁଖ ଯୋଗଦେଇଥିଲେ | ଜିଲ୍ଲା ମିଶନ ପରିଚାଳକ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଓ କନିଷ୍ଠ ସହାୟକ ସତ୍ୟପ୍ରିୟ ବାଇ, ଦିଲ୍ଲୀପ କୁମାର ସ୍ୱାଇଁ ଓ ବାବୁଲା ଗୌଡ଼ ସହଯୋଗ କରିଥିଲେ | ନିମନ୍ତ୍ରିତ ଅତିଥିଙ୍କ ସମେତ ସମସ୍ତ ପରିମଳ କର୍ମଚାରୀ ତଥା ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ବଡଖାନା କାର୍ଯ୍ୟକ୍ରମ ରେ ଯୋଗଦେଇ ଖୁସିବ୍ୟକ୍ତ କରିଥିଲେ |କନିଷ୍ଠ ପରିମଳ ବିଶେଷଜ୍ଞ ଜି ପ୍ରବୀଣ କୁମାର ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ |