ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୧୪/୧୦/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବାବା ଭୈରବ ଟ୍ରାକ୍ଟର ମାଲିକ ସଂଘ ତରଫରୁ ଉମୁରାହାଣ୍ଡି ଅଙ୍ଗିନଦି ବାଲି ପଠାରୁ ବାଲି ଉଠାଣ ନିମନ୍ତେ ଅନୁମତି ପ୍ରଦାନକରିବାକୁ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ତହସିଲଦାର ଗୀତା ମୁର୍ମୁ ଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଙ୍କ ଉଦ୍ୟସ୍ୟରେ ଦେଇଥିବା ଏହି ଦାବୀ ପତ୍ରରେ ଡାବୁଗାଁ ର ପାଠ ପଢ଼ି ବେକାର ରହିଥିବା ଯୁବକ ମାନେ ଆତ୍ମନିର୍ଭରଶୀଳ ପାଇଁ ଗୋଟିଏ ଲେଖାଏଁ ଟ୍ରାକ୍ଟର ଲୋନ ଆକାରରେ ଆଣିଥିବା ଉଲ୍ଲେଖ କରିଛନ୍ତି। ଏହି ଟ୍ରାକ୍ଟର ରେ ସରକାରୀ ଯୋଜନାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମନ୍ତେ ବାଲି, ପଥର, ଇଟା,ମାଟି ଓ କୃଷି କାର୍ଯ୍ୟରେ ନିୟୋଜିତ କରି ଆର୍ଥିକ ରୋଜଗାର କରୁଛନ୍ତି । ବିଶେଷ କରି ଆବାସ ଯୋଜନା ଓ ସରକାରୀ ଗୃହ ଓ କ୍ୱାଟର ନିର୍ମାଣ ସମୟରେ ବହୁଳ ଭାବେ ବାଲି ର ଆବଶ୍ୟକତା ଥିବାରୁ ଏହି ଟ୍ରାକ୍ଟର ମାଧ୍ୟମରେ ନଦୀ ପଠା ରୁ ବାଲି ଉଠାଣ ହେଉଛି। ତେବେ ସରକାରଙ୍କ ନିୟମ ପ୍ରକାରେ ନଦୀ ପଠାରୁ ବାଲି ଉଠାଇ ବାକୁ ହେଲେ ଉଚ୍ଚ ହାରରେ ଟିକସ ଦେଇ ବାଲି ଉଠାଣ କରାଯାଉଥିବାରୁ ବାଲି ଉଠାଇବା ସମ୍ଭବ ହେଉ ନାହିଁ। ରାଜସ୍ୱ ବିଭାଗ ରୁ ଖଣି ବିଭାଗ କୁ ବାଲି ଓ ପଥର ଉଠାଣ ନେଇ ଅଧିକାର ମିଳିବା ପରେ ଖଣି ବିଭାଗ କର୍ମଚାରୀ ବାରମ୍ବାର ଚଢ଼ାଉ କରି ବାଲି ନେବା ସମୟରେ ଟ୍ରାକ୍ଟର ଜବତ କରି ଅତ୍ୟଧିକ ଫାଇନ ପକାଉଛନ୍ତି। ଯୋ ଦ୍ଵାରା ବେକାର ଯୁବକ ମାନେ ଋଣରୁ ଆଣିଥିବା ଟ୍ରାକ୍ଟର ର କିସ୍ତି ବାନ୍ଧିବା ଅସୁବିଧା ସହ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବେକାର ଯୁବକ ମାନ ଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ସହ ଏକ ନିର୍ଦ୍ଦିଷ୍ଟ ବାଲି ପଠା ରୁ ଅଳ୍ପ ଟିକସ ଲଗାଇ ବାଲି ଉଠାଣ ପାଇଁ ଅନୁମତି ପ୍ରଦାନ କରିବାକୁ ଦାବୀ କରିଛନ୍ତି । ଆଜି ଡାବୁଗାଁ ବାବା ଭୈରବ ଟ୍ରାକ୍ଟର ମାଲିକ ସଂଘର ଶତାଧିକ ଟ୍ରାକ୍ଟର ମାଲିକ ଟ୍ରାକ୍ଟର ସହ ତହସିଲ କାର୍ଯ୍ୟାଳୟ ଯାଇ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାର ଗୀତା ମୁର୍ମୁ ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡାବୁଗାଁ ସରପଞ୍ଚ ବିନୋଦ ସୌରା, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ପାପିନ ମୁନି, ବିର ମହାରଣା, ସହ ଅନ୍ୟ ଟ୍ରାକ୍ଟର ମାଲିକ ମାନେ ଉପସ୍ଥିତ ଥିଲେ।