ଭୋଟିଂ ପୂର୍ବରୁ ଜୋତା ଫିଙ୍ଗା ନେଇ କାର୍ଯ୍ୟନୁଷ୍ଠାନ ନହେଲେ ଦୃଢ଼ ପ୍ରତିବାଦ ହେବ।
କେନ୍ଦୁଝର,ତା୧୪/୧୦- ଆଜି ଥିଲା ବହୁ ପ୍ରତିକ୍ଷୀତ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ ପ୍ଲାଟଫର୍ମ ସ୍ପିଚ , ତେଣୁ ଧରଣୀଧର ବିଶ୍ଵବିଦ୍ୟାଳୟରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ବାହାରେ ଭିତରେ ବ୍ୟାପକ ପୋଲିସ ମୁତୟନ ଥିଲେ ତଥାପି ଅକାରଣରେ ଉତ୍ତେଜନା ଥିଲା। ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ନାମ ଉଡିଯାଇ ଏବେ ସେଠାରେ ବିଶ୍ଵବିଦ୍ୟାଳୟ ସ୍ଥାପିତ ସେପଟେ ସୁଲେଇଖମାର ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଡାଟା ସେଣ୍ଟର ଉଦଘାଟନ କରିଛନ୍ତି, ଏବେ ସେଠାରେ କ୍ଲାସ ନହେବାରୁ ବାଘ ପରି କଟାସ ବୁଲୁଛନ୍ତି। ଯୁକ୍ତ ଦୁଇ ଲାଗି ଅଲଗା ବିଲଡିଂ ହେବ ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟର ୟୁଜିସି ମାନ୍ୟତା ମାର୍ଚ୍ଚ ୨୦୨୭ରେ କିପରି ନକଟିବ ସେବାବଦରେ କିଛି ଆଲୋଚନା ନାହିଁ ତେବେ କ୍ୟାମ୍ପସରେ ବାଥରୁମ, ଟୟଲେଟ, ଅଧ୍ୟାପକ ଅଭାବ, ଫଙ୍କସନ୍ ଆଦି ହେଉନି ବୋଲି ପିଲାମାନେ ପ୍ରଶ୍ନ ଉଠେଇ ଭାଷଣ ଦେଇଥିଲେ। ଏବେ ବାହାର ଲୋକଙ୍କୁ ଅନୁମତି ନଥିବାରୁ ଭାଷଣ ଶୁଣିବାକୁ ବାହାରୁ ସାମ୍ବାଦିକଙ୍କୁ ଛାଡ଼ି କେହି ଆସିନଥିଲେ କି ସେମାନଙ୍କ ଲାଗି ବସିବାକୁ କିଛି ବ୍ୟବସ୍ଥା ହେଇନଥିଲା। ଖରାରେ ପିଲାମାନେ ବାହାରେ ଠିଆ ହୋଇଥିଲେ ଯେ ପାଣି ଟୋପେ ବ୍ୟବସ୍ଥା ପ୍ରଶାସନ କରିନଥିଲା। ଜଣେ ପରେ ଜଣେ ପ୍ରାର୍ଥୀ ନିଜ ମତ ରଖୁଥିବା ବେଳେ ଏନଏସୟୁଆଇ ଉପସଭାପତି ପ୍ରାର୍ଥୀ ଭାଷଣ ଦେବାକୁ ଆସିବା ବେଳେ ପ୍ରବଳ ପାଟିତୁଣ୍ଡ ନାରାବାଜି ଆରମ୍ଭ ହୋଇଥିଲା। ପ୍ରାର୍ଥୀ ଏଥିରେ ବିରକ୍ତ ହେବାବେଳେ ସାମ୍ନାରେ ଥିବା ଏବିଭିପି ଗେରୁଆ ଗାମୁଛାଧାରୀ ଜଣେ ପିଲା ହଠାତ ପ୍ରାର୍ଥୀଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ଏଥିଲାଗି ଚରମ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ଆସି ହସ୍ତକ୍ଷେପ କରିଥିଲା। ହେଲେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରି ଓଲଟି ଉକ୍ତ ଉପସଭାପତି ପ୍ରାର୍ଥୀଙ୍କୁ ଆଉ ଭାଷଣ ଦେବାକୁ ବାରଣ କରିଥିଲେ। ଏହାର ପ୍ରତିବାଦରେ ଛାତ୍ର କଂଗ୍ରେସ ପିଲା ମାନେ ବିଶ୍ଵବିଦ୍ୟାଳୟ ଫାଟକ ସାମ୍ନାରେ ଧାରଣା ଦେଇ ଭିସି ଆସିବା ବେଳେ ତାଙ୍କ ଗାଡ଼ିକୁ ଘେରାଉ କରିଥିଲେ। ତେବେ କାଲି ଭୋଟିଂ ପୂର୍ବରୁ କାର୍ଯ୍ୟନୁଷ୍ଠାନ ନହେଲେ ପିଲେ ପୁଣି ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଆଜି ନିର୍ବାଚନ ପ୍ରଚାର ବନ୍ଦ ଥିଲେ ମଧ୍ଯ ରାସ୍ତା ଉପରେ ଭିଡ଼ କରି ଖାଇବାକୁ ଦିଆଯାଉଥିଲା ଯାହା ଆଚରଣ ବିଧି ଉଲଙ୍ଘନ କରିଥିଲା ଆଗରୁ ବିଜେପି ଦଳ ପକ୍ଷରୁ ଅକ୍ଟୋବର ୭ ତାରିଖରେ କ୍ୟାମ୍ପସରେ ସଭା ସରିଛି। ଏଥରୁ ସ୍ପଷ୍ଟ ହେଉଛି ଯେ ବିଶ୍ଵବିଦ୍ୟାଳୟ ପ୍ରଶାସନ ସରକାରୀ ଦଳକୁ ସମର୍ଥନ କରିଛନ୍ତି ବୋଲି ଆଲୋଚନା ହେଉଛି। ତେଣୁ ଦେଖିବାକୁ ବାକି ରହିଲା ଏଠାରେ କିପରି ଛାତ୍ର ସଂସଦ ନିର୍ବାଚନ ସମାପ୍ତ ହେଉଛି।