୧୫ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହିତ ଇମ୍ଫାର ଦେଶର ସର୍ବାଧିକ ଫେରୋକ୍ରୋମ ଉତ୍ପାଦନକାରୀ ଭାବେ ମାନ୍ୟତା ହାସଲ
ମୁଖ୍ୟାଂଶ:
• ୧,୦୦,୦୦୦ ଟିପିଏ ଉତ୍ପାଦନ କ୍ଷମତା ବିଶିଷ୍ଟ ୨ x ୩୩ ଏମଭିଏ ସବମର୍ଜଡ୍ ଆର୍କ ଫର୍ଣ୍ଣେସ
• ୮.୭ ମେଗାୱାଟ୍ ଅଫ୍-ଗ୍ୟାସ୍ ବିଦ୍ୟୁତ୍ ଉତ୍ପାଦନ ସହିତ ଊର୍ଜା ଦକ୍ଷତା ବୃଦ୍ଧି କରିବ
• ଅତ୍ୟାଧୁନିକ କ୍ଲୋଜ୍ଡ୍ ଫର୍ଣ୍ଣେସ୍ , ଷ୍ଟାକ୍ କଣିକା ନିର୍ଗମନ ୩୦ ଏମଜି/ଏନ୍ଏମ୍³ ରୁ କମ୍
• କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ହାଇବ୍ରିଡ୍ ଅକ୍ଷୟ ଶକ୍ତି ନିମନ୍ତେ ଦୀର୍ଘକାଳୀନ ଚୁକ୍ତି
• ନିର୍ମାଣ କାର୍ଯ୍ୟ ସମୟରେ ପ୍ରାୟ ୪,୫୦,୦୦୦ ମାନବ ଦିବସର ନିଯୁକ୍ତି, ଏବଂ ୧,୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର, ୧୪ ଅକ୍ଟୋବର ୨୦୨୬: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା; ପ୍ରତିଷ୍ଠା ୧୯୬୧) ପକ୍ଷରୁ ଆଜି କଳିଙ୍ଗନଗର ସ୍ଥିତ ଏହାର ଗ୍ରୀନଫିଲ୍ଡ ଫେରୋ କ୍ରୋମ୍ ପ୍ରକଳ୍ପ (କେଏନଆର ୧) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ବାର୍ଷିକ ୫ ଲକ୍ଷ ଟନରୁ ଅଧିକ (ଟି ପିଏ) ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ସହିତ କମ୍ପାନୀ ଏବେ ଦେଶର ସର୍ବବୃହତ୍ ମୂଲ୍ୟବର୍ଦ୍ଧିତ ଫେରୋକ୍ରୋମ୍ ଉତ୍ପାଦନକାରୀ ହେବାର ଗୌରବ ହାସଲ କରିଛି।

ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୨ ମଇ ୨୦୨୫ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଆରମ୍ଭ ହୋଇଥିଲା, ଏବଂ ମାତ୍ର ୪୫୮ ଦିନ ମଧ୍ୟରେ ୨୫ ଅଗଷ୍ଟ ୨୦୨୬ରେ ପ୍ରଥମ ଫର୍ଣ୍ଣେସରୁ ଉତ୍ପାଦନ ଆରମ୍ଭ ହୋଇଥିଲା। ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଏହି ପ୍ରକଳ୍ପ ପ୍ରାୟ ୪,୫୦,୦୦୦ ମାନବ ଦିବସର ନିଯୁକ୍ତି ସୃଷ୍ଟି କରିଥିଲା ଏବଂ ଆଗାମୀ ଦିନରେ ଏହା ୧୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଏହି ଉଦ୍ଘାଟନ ଅବସରରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, “ଏହି ଗ୍ରୀନଫିଲ୍ଡ ପ୍ରକଳ୍ପର ଉଦ୍ଘାଟନ ଆମ ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ, ଯାହା ଇମ୍ଫାକୁ ଦେଶର ସର୍ବବୃହତ୍ ମୂଲ୍ୟବର୍ଦ୍ଧିତ ଫେରୋ କ୍ରୋମ୍ ଉତ୍ପାଦନକାରୀ ତଥା ବିଶ୍ୱସ୍ତରରେ ଏକ ଅଗ୍ରଣୀ ସଂସ୍ଥାର ମାନ୍ୟତା ପ୍ରଦାନ କରିଛି। ମାତ୍ର ୧୫ ମାସ ମଧ୍ୟରେ ତରଳ ଧାତୁର ପ୍ରଥମ ଟ୍ୟାପିଂ ସମ୍ଭବପର କରିବାରେ ସହଯୋଗ କରିଥିବାରୁ ମୁଁ ରାଜ୍ୟ ସରକାର ଏବଂ ଏହାର ସମସ୍ତ ସଂସ୍ଥା ନିକଟରେ କୃତଜ୍ଞ। ଏହାସହ ପ୍ରକଳ୍ପ ଟିମ୍ର ଅତୁଳନୀୟ ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।”