ବଲାଙ୍ଗିର: କୋଶଲ ପାଟଣା ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ପାଟଣେଶ୍ୱରୀ। ବଲାଙ୍ଗିର ସହର ବସିବା ଆଗରୁ ବଳରାମ ଦେଓ ଙ୍କ ଦ୍ୱାରା ପୂଜିତା ଦେବୀ ସମ୍ପ୍ରତି ବଲାଙ୍ଗିର ର ମଧ୍ୟଭାଗରେ ପୁଜିତା। ଶାରଦୀୟ ନବରାତ୍ର ର ପ୍ରଥମ ପର୍ବ ଭାବରେ ମହାଳୟା ଦିନ ଭକ୍ତ ଙ୍କ ଭାବବିହ୍ୱଳତା ରେ ଆଜି ଦେବୀ ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଦେବୀ ଙ୍କ ସେବାୟତ
ମହେନ୍ଦ୍ର ଦିଶ୍ରୀ , ଓ ମୁଖ୍ୟ ପୂଜକ ଙ୍କ ସହ ଶତାଧିକ ମହିଳା ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶାଶ୍ୱତ ମିଶ୍ର, ଦିପ୍ତିମୟୀ ବ୍ରହ୍ମା, ପ୍ରମୋଦ ସାହୁ, ସଂଗ୍ରାମ ଦଳବେହେରା, ନିରୋଜ ମିଶ୍ର, ବିଶ୍ୱନାଥ ମେହେର, ଅଶ୍ୱିନୀ ପଟ୍ଟନାୟକ, ନକୁଳ ପାଣିଗ୍ରାହୀ, ତ୍ରିନାଥ ଦର୍ଜୀ, ରଶ୍ମିରଂଜନ ବକ୍ସି, ବିଶ୍ୱବନ୍ଦିତା ପାଣିଗ୍ରାହୀ, ଅନୀତା ଶତପଥି, ଅଞ୍ଜଳି ସାହୁ, ସୁଶାନ୍ତ ପୁରୋହିତ, ଦୀପିକା ସ୍ୱାଇଁ, ଦୀପିକା ମେହେର, ସୁଶୀଲ ସାହୁ, ପ୍ରତିମା ଶର୍ମା, ଗୋବିନ୍ଦ ଶର୍ମା, ପ୍ରମୁଖ କଳସ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ। ପ୍ରତିଦିନ ଦେବୀ ଙ୍କ ପୂଜା. ହୋମ, ଚଣ୍ଡୀ ପାଠ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମାତୃକୃପା ଲାଭ ପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ଅନୁରୋଧ କରାଯ।ଇଛି।
Sign in
Sign in
Recover your password.
A password will be e-mailed to you.
Next Post