ସେବା ସପ୍ତାହ ପରିପ୍ରେକ୍ଷୀରେ ରକ୍ତ ଦାନ ଶିବିର

15

ମୟୁରଭଞ୍ଜ ରୁ ଦିପୁ ମହାପାତ୍ର : ମୟୁରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ଭାଦବ ହାଁସଦାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏକ ଦିବସୀୟ ମେଗା ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର “ଦୀର୍ଘାୟୁ ଭଵଃ” ଗତକାଲି ଶୁକ୍ରବାର ଦିନ ୧୦ ଘଟିକା ସମୟରେ ମୟୁରଭଞ୍ଜ ଜିଲ୍ଲା ସ୍ଥାନୀୟ ଝାରପୋଖରିଆ (ଜାମତି) ସ୍ଥିତ ସୀମାନ୍ତ ଇଞ୍ଜିନିୟରିଂ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାରିପଦା ବିଧାୟକ ପ୍ରକାଶ ସୋରେନ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଶିବିରରେ ଅନ୍ୟାନ୍ୟ ଅତିଥିଙ୍କ ଗ୍ରହଣରେ ଜିଲ୍ଲାପାଳ ହେମକାନ୍ତ ସୟ,ପୂର୍ବତନ ସାଂସଦ ମମତା ମହାନ୍ତ,ରାଇରଙ୍ଗପୁର ବିଧାୟକ ଜଳେନ ନାଏକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି, ପୂର୍ବାଞ୍ଚଳ ଡି ଆଇ ଜି, ଜିଲ୍ଳା ଅଧିକ୍ଷକ, ସାରସକଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ରାଜା ମହାନ୍ତି, ଝରପୋଖରିଆ ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହଚାର୍ଜ,ସାରସକଣା ମଣ୍ଡଳ ସଭାପତି ପ୍ରବୀର ମହାନ୍ତ, ଝାରପୋଖରିଆ ମଣ୍ଡଳ ସଭାପତି ରାଜେନ୍ଦ୍ର ନାଥ ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଳା ଅତିରିକ୍ତ ଚିକିତ୍ସା ଅଧିକାରୀ ଡ: ବିଜୟ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାରିପଦା ରକ୍ତ ଭଣ୍ଡାରର ମେଡିକାଲ ଅଫିସର ଡ: ସୌମ୍ୟରଞ୍ଜନ ନାଏକ, ଡ: ନିଲେଶ ଦାସ, ଡ: ଭଗ୍ୟଶ୍ରୀ ମଲ୍ଲିକ, ନର୍ସିଂ ଅଫିସର ରୁଚିକା ଖୁରାନା,ରାଇରଙ୍ଗପୁର ରକ୍ତ ଭଣ୍ଡାରର ଅଫିସର ଡ: ସୁଦିବ୍ୟ ଲୋଚନ ସିଂ,କରଞ୍ଜିଆ ରକ୍ତ ଭଣ୍ଡାରର ଅଫିସର ଡ: ଅନିତା ସିଂ ଓ ଉଦଳା ଉପଖଣ୍ଡ ରକ୍ତ ଭଣ୍ଡାରର ଅଫିସର ଡ: ଆଶିଷ ଗୌତମ ବେହେରାଙ୍କ ସହିତ ଉକ୍ତ ଚାରିଗୋଟି ଉପଖଣ୍ଡ ରକ୍ତ ଭଣ୍ଡାରର ଟେକନିସିଆନ ପ୍ରମୁଖ ଯୋଗ ଦେଇ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିବା ବେଳେ ରକ୍ତ ବର୍ଗୀକରଣ କରିଥିଲେ । ଝାରପୋଖରିଆ ସୀମାନ୍ତ ଇଞ୍ଜିନିୟରିଂ କଲେଜ ଓ ଶୀର୍ଷା ବୃହଦାକାର ଆଦିବାସୀ ସମବାୟ ସମିତି(ଲ୍ୟାମ୍ପସ) ର ମିଳିତ ସହଭାଗିତାରେ ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାରସକଣା ବ୍ଳକ୍,ବିଶୋଇ ବ୍ଲକ, ବିଜାତଳା ବ୍ଲକ ଓ କୁସୁମୀ ବ୍ଲକର ଜନସାଧାରଣ, ଛାତ୍ରୀ ଛାତ୍ର, ବିଭିନ୍ନ ଅନୁଷ୍ଠାନ ଙ୍କ ସହିତ ଦଳୀୟ କର୍ମୀଙ୍କ ଠାରୁ ମୋଟ ୬୯୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ ଉକ୍ତ ସଂଗୃହିତ ରକ୍ତକୁ ଆବଶ୍ୟକ ଅନୁସାରେ ବିଭିନ୍ନ ଡାକ୍ତରଖାନାକୁ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଉକ୍ତ ସଂଗୃହିତ ରକ୍ତ ଗୁଡ଼ିକୁ ଦୁଃସ୍ଥ, ଗରିବ, ଥାଲାସେମିଆ ରୋଗୀ,ରକ୍ତ ହୀନତା(ଏନେମିଆ) ରୋଗୀ ସହିତ ସଡ଼କ ଦୁର୍ଘଟଣା ଜନିତ ବ୍ୟକ୍ତି ବିଶେଷଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯାଇ ଜୀବନ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ମତ ପ୍ରକାଶ କରିଛନ୍ତି। ଉକ୍ତ ମେଗା ରକ୍ତଦାନ ଶିବିର (ଦୀର୍ଘାୟୁ ଭଵଃ)କୁ ଦଳୀୟ କର୍ମକର୍ତ୍ତା ସଦସ୍ୟଗଣ ପରିଚାଳନା କରିଥିବା ବେଳେ ସ୍ଥାନୀୟ ସୀମାନ୍ତ ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ, ଜୁନିୟର ରେଡକ୍ରସ,ଜାତୀୟ ସେବା ଯୋଜନା ଓ ସୀମାନ୍ତ ଇଞ୍ଜିନିୟରିଂ ଏବଂ ଡିପ୍ଲୋମା ୱିଙ୍ଗସ ର ଛାତ୍ରୀ ଛାତ୍ର ମାନେ ରକ୍ତଦାତାଙ୍କ ସେବା ଶୁଶ୍ରୁଷା ଓ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.