ବସ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ସଚେତନତା ଅଭିଯାନ

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହିଛି ସାଲିଆ ସାହିା ଏହି ଅଞ୍ଚଳରେ ଅଧିକ ସଂଖ୍ୟାରେ ଗରିବ ଓ ମେହନତି ଲୋକମାନେ ରହନ୍ତିା ଫନୀ ବାତ୍ୟା ପରେ ସେମାନଙ୍କ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇଛି ସ୍ୱାସ୍ଥ୍ୟ ବିଭାଗା ଅପରିଷ୍କୃତ ପରିବେଶରେ ମଶା ଡିମ୍ବ ଦେଉଥିବା ବିଭିନ୍ନ ସ୍ଥାନରେ ରାସାୟନିକ ଦିଆଯାଇ ମଶାଡିମ୍ବ ନଷ୍ଟ କରାଯାଇଛିା ସେହିପରି ଖୋଲାସ୍ଥାନରେ ଥିବା ବିଭିନ୍ନ ଜଳଉତ୍ସଗୁଡ଼ିକୁ ମଧ୍ୟ ବିଶୋଧନ କରାଯାଇଛିା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାଲିଆ ସାହିରେ ଏହି ଅଭିଯାନ ଚାଲିଥିଲାା ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତା ପ୍ରକଟ କରିଥିବା ସ୍ୱାସ୍ଥ୍ୟ ବିଭାଗର ଏପରି କାର୍ଯ୍ୟାନୁଷ୍ଠାନକୁ ବସ୍ତିବାସିନ୍ଦାମାନେ ପ୍ରଶଂସା କରିଛନ୍ତିା

 

Leave A Reply

Your email address will not be published.