ବାଲୁଖଣ୍ଡ ଅଭୟାରଣ୍ୟକୁ ଫେରିଲେ ହରିଣ

0

ପୁରୀ : କୁହାଯାଏ ଯେ ପ୍ରାକୃତିକ ଦୁର୍ବିପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତିା ଯାହାକି ବାଲୁଖଣ୍ଡ ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛିା ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଉର୍ଧ୍ଵ  ହରିଣ ଥିଲୋ ଯେଉଁଥିପାଇଁ ବାଲୁଖଣ୍ଡ ଅଭୟାରଣ୍ୟର ନିଜସ୍ୱ ସୌନ୍ଦର୍ଯ୍ୟ ଓ ବିଶେଷ ଆକର୍ଷଣ ରହିଥିଲାା ଫନୀ ପ୍ରଳୟଙ୍କରୀ ବାତ୍ୟା ପରେ ହରିଣମାନଙ୍କର କୌଣସି ଖୋଜଖବର ନଥିଲାା ଏଥି ପାଇଁ ବନବିଭାଗ ଆଶା ଆଶଙ୍କା ମଧ୍ୟରେ ଥିଲାା ଖୁସିର କଥା ବାତ୍ୟା ଛାଡ଼ିବାର ୪/୫ ଦିନ ପରେ ହରିଣଗୁଡ଼ିକ ଗୋଟିଏ ଗୋଟିଏ ହୋଇ ତାଙ୍କର ପୂର୍ବସ୍ଥାନକୁ ଫେରି ଆସୁଛନ୍ତିା ଅଭୟାରଣ୍ୟ ମଧ୍ୟରେ କୌଣସି ହରିଣଙ୍କର ମୃତାହତ ଖବର ନଜରକୁ ମଧ୍ୟ ଆସିନଥିଲାା ବନବିଭାଗ ଚିନ୍ତିତ ଥିଲା ହରିଣମାନେ ଗଲେ କୁଆଡେ଼ା ଏଥିପାଇଁ ଟିମ୍ ଗଠନ କରି ନିକଟବର୍ତ୍ତୀ ଜଙ୍ଗଲରେ ଖୋଜା ଚାଲିଥିଲାା କିନ୍ତୁ ହରିଣଙ୍କର ସନ୍ଧାନ ମିଳିନଥିଲାା ଇତି ମଧ୍ୟରେ ବନବିଭାଗ ତରଫରୁ ଡ୍ରୋନ୍ କ୍ୟାମେରା ସହାୟତାରେ ଅଭୟାରଣ୍ୟ ମଧ୍ୟରେ ହରିଣ ଠାବ କରାଯାଇଛିା ହରିଣମାନେ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କର ପୂର୍ବ ବାସସ୍ଥାନକୁ ଫେରି ଆସିଛନ୍ତିା ଯାହା ବନବିଭାଗ ଏବଂ ବନ୍ୟପ୍ରେମୀଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଛିା ଏଥିରୁ ପ୍ରମାଣିତ ହୋଇଛି ଯେ, ପୂର୍ବରୁ କଥିତ  ଥିବା ଜୀବଜନ୍ତୁଙ୍କ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖୀବାର ଅନ୍ତଃର୍ନିହିତ ଶକ୍ତି ରହିଛିା 

Leave A Reply

Your email address will not be published.