ଭୁବନେଶ୍ୱର, : ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ “କଳାଭୂମି’ ଚଳିତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛିା ସଂଗ୍ରହାଳୟ ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ ଉପୁଡ଼ି ପଡ଼ିଛିା ସଂଗ୍ରହାଳୟ ଭିତର କର୍ମଶାଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତ ବ୍ଲକ୍, ଟିକେଟ୍ କାଉଣ୍ଟର, ପମ୍ପହାଉସ୍ ଆଦି ଭାଙ୍ଗିରୁଜି ଯାଇଥିବାରୁ ତୁରନ୍ତ ମରାମତି ଆବଶ୍ୟକ ହୋଇପଡ଼ିଛିା ଅନେକଗୁଡ଼ିଏ ବିଜୁଳି ଖୁଣ୍ଟ, ଲ୍ୟାମ୍ପ ଲାଇଟ୍, ବାହାରେ ଥିବା ସୌନ୍ଦର୍ଯ୍ୟବର୍ଦ୍ଧକ ଆଲୋକୀକରଣ ବ୍ୟବସ୍ଥା ନଷ୍ଟ ହୋଇଯାଇଛିା ମ୍ୟୁଜିଅମ ସୌନ୍ଦର୍ଯ୍ୟକରଣ ପାଇଁ ସଂଗ୍ରହାଳୟ ପରିସରରେ ଥିବା ହସ୍ତଶିଳ୍ପ କଳାକୃତି ଏବଂ ଜଳଉତ୍ସଗୁଡ଼ିକ ନଷ୍ଟ ହୋଇଥିବାରୁ ନିର୍ମାଣ, ମରାମତି ଓ ରକ୍ଷଣାବେକ୍ଷଣ ଜରୁରୀ
ହୋଇପଡ଼ିଛିା ପ୍ରାୟ ୩୫ଟି କବାଟ ଓ ଝରକା ସଂପୂର୍ଣ୍ଣ ଭାଙ୍ଗିଯାଇଛିା ପ୍ରାଥମିକ ଆକଳନ ଅନୁଯାୟୀ କୋଠାବାଡ଼ି ବାବଦରେ ପ୍ରାୟ ୭୦ ଲକ୍ଷ ଏବଂ ଅନ୍ୟାନ୍ୟ କ୍ଷତି ପ୍ରାୟ ୩୦ ଲକ୍ଷକୁ ମିଶାଇ ସମୁଦାୟ ୧ କୋଟି ଟଙ୍କାର କ୍ଷତି ହୋଇଥିବା ଜଣାଯାଇଛିା ତେବେ ବିଦୁ୍ୟତ ସରବରାହ ସ୍ୱାଭାବିକ ହେବା ପରେ ଗତ ୧୩ ତାରିଖରୁ ଏହି ସଂଗ୍ରହାଳୟକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଛିା