ମାଲକାନଗିରି, (ସୁରେନ୍ଦ୍ର କୁମାର ବେମାଳ )୨୪/୧୧: ମାଲକାନଗିରି ପୁରୁଣା ମେଡିକାଲ ଗେଟ୍ ସମ୍ମୁଖରେ ଅବସ୍ଥିତ ବହୁ ପୁରାତନ ବାବା ମୁକ୍ତଞ୍ଜୟ ନୀଳକଣ୍ଟସ୍ଵର ମନ୍ଦିର ଏହି ମନ୍ଦିରଟି ମାଲକାନଗିରି ଜିଲ୍ଲାର ଏକ ସର୍ବ ପୁରାତନ ମନ୍ଦିର ଭାବେ ପରିଚିତ ପୁରୁଣା ମେଡିକାଲ ଏଠାରେ ଥିବା ସମୟରେ କେତେ ଯେ ରୋଗୀ ଏବଂ ସେମାନଙ୍କ ପରିଜନ ଏହି ମନ୍ଦିରରେ ସୁସ୍ଥ ହେବାପାଇଁ ମାନସିକ ରଖୁଥୁଲେ ଏବଂ ସେମାନଙ୍କ ମାନସିକ ପୂରଣ ହେବାର ଅନେକ ନଜିର ରହିଛି କିନ୍ତୁ ଏବେ ଏହି ଶୌବ ପୀଠଟି ଯୋରାଜୀର୍ଣ୍ଣ
ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହି ପ୍ରାଚୀନ ଶୈବପୀଠରେ ମାଲକାନଗିରି ସଦର କାହିଁକି ମାଲକାନଗିରି ବାହାରୁ ମଧ୍ୟ୍ୟ ଅନେକ ଭକ୍ତ ସହ ବିଭିନ୍ନ ଅଞ୍ଚଳର ଶହ, ଶହ ଶ୍ରଦ୍ଧାଳୁ ନିୟମିତ ଦର୍ଶନ କରିଥାନ୍ତି।
ସୂଚନା ଅନୁଯାୟୀ, ବର୍ଷା ଓ ବାତ୍ୟାରେ ପୁରୁଣା ମନ୍ଦିରଟି କ୍ଷତିଗ୍ରସ୍ତ ହେବା ପରେ ମନ୍ଦିର କମିଟି ପକ୍ଷରୁ ନୂତନ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏକ ନୂତନ ମନ୍ଦିର ପାଇଁ ତତ୍କାଳୀନ ସାଂସଦ ରମେଶ ଚନ୍ଦ୍ର ମାଝୀ ନିଜ ସାଂସଦ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ୫-ଟି ଅଧୀନରେ ଭି.କେ. ପାଣ୍ଡିଆନଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ତେବେ ମନ୍ଦିର ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଥିବାରୁ ମନ୍ଦିରଟି ସମ୍ପୂର୍ଣ୍ଣ ହୋଇପାରିନାହିଁ।
ମନ୍ଦିର କମିଟିର ସଦସ୍ୟମାନେ କହିଛନ୍ତି ଯେ, ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ମିଳିଲେ ମନ୍ଦିରର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରିବ। ଏହି ପୁରାତନ ଶୈବପୀଠ ପ୍ରତି ଶ୍ରଦ୍ଧାଳୁଙ୍କ ଗଭୀର ଆସ୍ଥା ରହିଛି। ଅନେକ ଭକ୍ତ ମାନସିକ କରି ମନୋକାମନା ପୂରଣ ହେବା ସହ ଚାକିରି ପାଇବା ଓ ରୋଗରୁ ମୁକ୍ତି ମିଳିଥିବା ନେଇ ବିଶ୍ୱାସ ପ୍ରକାଶ କରିଥାନ୍ତି।
ତେଣୁ ଏହି ପ୍ରାଚୀନ ଧାର୍ମିକ ପୀଠର ସୁରକ୍ଷା ଓ ଅଧାପନ୍ତରିଆ ନିର୍ମାଣ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମନ୍ଦିର କମିଟି ଓ ଶ୍ରଦ୍ଧାଳୁମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।