ବେଲଗୁଣ୍ଠା, ୭/୧୦: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଗୋବରା ମୁଖ୍ୟ ସଡ଼କରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଆ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ମାଆ ଗଜଲକ୍ଷ୍ମୀ ପୂଜା କମିଟି ତତ୍ତ୍ୱାବଧାନରେ ଆସନ୍ତା ଅକ୍ଟୋବର ୨୫ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପୂଜା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶୁଭଖୁଣ୍ଟି ସ୍ଥାପନ ଅବସରରେ ପୁରୋହିତ ବୁଲୁ ମହାପାତ୍ର ଓ ସନ୍ତୋଷ ପତିଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ପରେ ପାରମ୍ପରିକ ବାଦ୍ୟବାଜଣା ସହ ଶୁଭଖୁଣ୍ଟିକୁ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗ୍ରାମବାସୀଙ୍କ ଉତ୍ସାହଜନକ ଯୋଗଦାନ ଦେଖିବାକୁ ମିଳିଥିଲା। ହୁଳହୁଳି ଓ ହରିବୋଲ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିବା ବେଳେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଗାମୀ ଗଜଲକ୍ଷ୍ମୀ ପୂଜାକୁ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ପାଳନ କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।
Sign in
Sign in
Recover your password.
A password will be e-mailed to you.