କେନ୍ଦୁଝର,ତା ୭/୧୦– କଲେଜ ନିର୍ବାଚନ ଘୋଷଣା ପରେ ନୋଟିଫିକେସନ ହେଲା, ତେବେ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ବିଜେପି ଦଳ ସଭା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ନିର୍ବାଚନ ହେବ ବୋଲି ପିଲା ଖୁସି ଥିବା ବେଳେ ଏଭଳି କାର୍ଯ୍ୟକ୍ରମ ନିର୍ବାଚନ ମାହୋଲକୁ ପାଣିଚିଆ କରିଦେଇଛି। କ୍ୟାମ୍ପସରେ ବିଜେପି ଗେରୁଆ ପତାକା ଛାଇ ଯାଇଛି ବିଶାଳ ଟେଣ୍ଟ ମରାଯାଇଛି ଯାହାଲାଗି ପାଠ ପଢାରେ ବାଧା ସୃଷ୍ଟି ହେବା ସହ ଛାତ୍ରଛାତ୍ରୀ ନିର୍ବାଚନ ଲାଗି ପ୍ରଭାବିତ ହୋଇଛନ୍ତି। ଏତେ ଗାଡ଼ି ମଟର ଦେଖି ନିୟମ ଉଲଂଘନ ପାଇଁ ଅନେକ ପିଲା ସେଠାରେ ଭୟଭୀତ ହୋଇ ଛାତ୍ରଛାତ୍ରୀ ମିଳିତ ଭାବେ ବିଶ୍ୱବିଦ୍ୟାଳୟ ଭାଇସ ଚାନସେଲରଙ୍କୁ କିଏ ଏପରି ଅନୁମତି ଦେଲା ବୋଲି ଲିଖିତ ଭାବେ ଦେଇଛନ୍ତି। ଏହାର ଜବାବରେ ଭିସି ଜିଲ୍ଲା ପ୍ରଶାସନ ଚିଠି ଥିଲା ମିଟିଂ ଲାଗି ତେଣୁ ଅନୁମତି ଦେଲେ କହିଛନ୍ତି। ଏପଟେ ଜିଲ୍ଲା ପ୍ରଶାସନ କାଲି ରାତିରୁ ଏହି କାର୍ଯ୍ୟକ୍ରମ ଅନିବାର୍ଯ୍ୟ କାରଣରୁ ବାତିଲ ବୋଲି ଜଣାଇଥିଲେ। ତେବେ ଏଥରୁ ସ୍ପଷ୍ଟ ସରକାରୀ କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେପି ସଭାପତି ନିଜେ ରିସ୍କ ନେଇ କରିଛନ୍ତି।

ସୂଚନା ମିଳିଛି କି କେନ୍ଦୁଝର ସହର ମଧ୍ୟସ୍ଥଳ ଚର୍ଚ୍ଚ ଛକକୁ ସେବା ସଂକଳ୍ପ ଛକ ଘୋଷଣା ନିଜେ କରି ଏକ ‘ସେବା ଜ୍ୟୋତି ଯାତ୍ରା’ ଆରମ୍ଭ କରି ଶୋଭାଯାତ୍ରାରେ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସର ଯାଇ ଆସି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କରିବାର ୨୫ ବର୍ଷପୂର୍ତ୍ତି ଅବସରରେ ଏହି ‘ବିକଶିତ ଭାରତ ସେବା ସଂକଳ୍ପ ସଭା’ ଆୟୋଜନ କରିଥିଲେ। ଏବେ ପ୍ରଶ୍ନ ଉଠିଛି ଜିଲ୍ଲା ପ୍ରଶାସନ ଏହି ଯାତ୍ରା ବାତିଲ କଲା ବେଳେ ଏହା କିପରି ଆୟୋଜନ କରାଗଲା ଆଉ କଲେଜ ନିର୍ବାଚନ ଲାଗି ଆଦର୍ଶ ଆଚରଣ ଵିଧି ଉଲଂଘନ କରିଥିବାରୁ ବିଶ୍ୱବିଦ୍ୟାଳୟ ଭିସି ଏହାକୁ କିପରି ସମାଧାନ କରିବେ ସମସ୍ତେ ଦେଖିବାକୁ ଅପେକ୍ଷା କରିଛନ୍ତି। ତେବେ ବୁଦ୍ଧିଜୀବୀ ମାନେ ଏହି ବେନିୟମ କାର୍ଯ୍ୟ ଲାଗି ଦାୟୀ ଲୋକଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ ବାତିଲ କରି ପୁଣି ନିର୍ବାଚନ ତାରିଖ ଘୋଷଣା କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏପରି ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ଗଭୀର ଆଲୋଡନ ସୃଷ୍ଟି କରିଛି।