କିର୍ମିରା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

9


ଝାରସୁଗୁଡ଼ା, ୬: ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମଙ୍ଗଳବାର କିର୍ମିରା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ ଜି. ପାନପାଲି ପଞ୍ଚାୟତ ଅନ୍ତର୍ଗତ କାଦୋବାହାଲ ଖେଳପଡ଼ିଆରେ ମଞ୍ଚ ନିର୍ମାଣର ଶିଳାନ୍ୟାସ କରିଥିଲେ।

ଏହି ମଞ୍ଚ ନିର୍ମାଣ ହେବା ଦ୍ୱାରା କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକୁ ସୁବ୍ୟବସ୍ଥିତ ଢଙ୍ଗରେ ଆୟୋଜନ କରାଯାଇପାରିବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ।

ସେହିପରି କିର୍ମିରାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଅତିରିକ୍ତ ଶ୍ରେଣୀଗୃହ, ପାଚେରୀ ଓ ଶୌଚାଳୟ ନିର୍ମାଣ ପାଇଁ ମଧ୍ୟ ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ଯୋଗାଇବା ସହ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଏକ ଉନ୍ନତ ଓ ସୁସ୍ଥ ଶିକ୍ଷଣ ପରିବେଶ ସୃଷ୍ଟି ହୋଇପାରିବ ବୋଲି ସେ ମତପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜି. ପାନପାଲି ସରପଞ୍ଚ, ମଣ୍ଡଳ ସଭାପତି ଉଦ୍ଧବ ସିଂ ନାୟକ, ବିଜୟ ଶର୍ମା, ଯାମିନୀକାନ୍ତ ନାୟକ, ଝସକେତନ ପ୍ରଧାନଙ୍କ ସମେତ ବହୁସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.