ଡାବୁଗାଁ ରେ ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ
ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୨୨/୧୧/୨୬ ଜାତି ,ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏ ଅଞ୍ଚଳ ର ବିକାଶ ପାଇଁ ସବୁ ରାଜନୈତିକ ଦଳ ସରକାରଙ୍କ ସହ ସହଭାଗିତା ହୁଅନ୍ତୁ। ଆରୋପ ପ୍ରତ୍ୟାରୋପ ଛାଡ଼ି ସାମୂହିକ ବିକାଶ ଦିଗରେ ଏକ ହେବା ପାଇଁ ଆହ୍ୱାନ ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଜି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଜନ ଜାତୀୟ ଗୌରବ ଦିଵସ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଧାରଣରେ ସମ୍ବଧିତ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କ ୧୫୧ ତମ ଓ ସହିଦ ଲକ୍ଷ୍ମଣ ନାୟକ ଙ୍କ ୧୨୭ ତମ ଜୟନ୍ତୀ ଅବସରରେ ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାଶ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି। ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ସାଂସଦ ବଳଭଦ୍ର ମାଝୀ,ଝରିଗାଁ ବିଧାୟକ ନରସିଂହ ଭତରା,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ରାଜ୍ୟ ବିଜେପି ଉପ ସଭାପତି ରମେଶ ସାହୁ, ଏସ ଡି ସି ଅଧ୍ୟକ୍ଷା ବାସନ୍ତୀ ମାଝୀ ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା,ଜିଲ୍ଲା ଏସଟି ମୋର୍ଚ୍ଚା ସଭାପତି ବୀରେନ୍ଦ୍ର ପୂଜାରୀ,ରାଜ୍ୟ ଏସ ଟି ମୋର୍ଚ୍ଚା ସମ୍ପାଦକ ସୋମନାଥ ପୂଜାରୀ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜଗଦୀଶ ବିଶୋଇ,ଗୋବିନ୍ଦ ଜୈନ,ଅର୍ଜୁନ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ୨୦୨୧ ମସିହାରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ନ୍ୟାର୍ଯ୍ୟ ହକ ପାଇଁ ଜନ ଜାତୀୟ ଗୌରବ ଦିବସ ପାଳନ କରି ଆସୁଛନ୍ତି। ଆଦିବାସୀଙ୍କୁ ସ୍ବରୋଜଗାର କ୍ଷମ,ତାଙ୍କ ପାରମ୍ପାରିକ କଳାକୁ ଉଜ୍ଜୀବିତ କରିବା ଓ ଆଦିମ ଜନଜାତି କୁ ସଶକ୍ତିକରଣ କରିବା ମୁଖ୍ୟ ଲକ୍ଷ୍ୟ ରହିଛି।ଜନଜାତି ସମାଜ ର ଅଧିକାର,ପରମ୍ପରା ଓ ସାଂସ୍କୃତିକ ଏୟୀତିହ ର ସୁରକ୍ଷା ଉପରେ ଅତିଥି ମାନେ ଗୁରୁତ୍ୱ ଦେଇଥିଲେ। ଦେଶ ସ୍ୱାଧୀନତା ପାଇଁ ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କ ସଂଘର୍ଷମୟ ଜୀବନୀ ତଥା ବିର୍ସା ମୁଣ୍ଡା ଜଳ,ଜଙ୍ଗଲ ଓ ଜମି ପାଇଁ ଅହରହ ସଂଗ୍ରାମ କରି ଅଦମ୍ୟ ସାହାସ ,ତ୍ୟାଗ ଓ ଦେଶପ୍ରେମ ଭାବନା ସୃଷ୍ଟି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ସଭାକାର୍ଯ୍ୟ ପୂର୍ବରୁ ଡାବୁଗାଁ ଠାକୁରାଣୀ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ବାହାରି ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆଦିବାସୀଙ୍କ ପାରମ୍ପାରିକ ଜୀବନଶୈଳୀ ଓ ଏ ଅଞ୍ଚଳର ମହାନ ସ୍ୱାଧୀନତା ସଂଗ୍ରାମୀ ବଘା ପୂଜାରୀ, ସନୁ ମାଝୀ ଓ ରବି ସିଂ ମାଝୀ ଙ୍କ ଫୋତଚିତ୍ର ପ୍ରଦର୍ଶନ କରାଯାଇଥିଲା। ଦିବାନ ସିଂ,ମୋନୋରମା ନାୟକ, ଶୁଭଜିତ ପାଣିଗ୍ରାହୀ, ଜେ ରାଜ ଶେଖର ରାଓ,ରାଜେନ୍ଦ୍ର ବିଶୋଇ, ନରେଶ ସିଂ,ମନୋଜ ପାତ୍ର,ଜଗଦୀଶ ଭତରା,ସହ ବିଜେପି କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଜିଲ୍ଲାର ୧୦ ଗୋଟି ବ୍ଲକ ରୁ ୩ ହଜାର ରୁ ଉର୍ଦ୍ଧ ଜନଜାତି ଲୋକ ଉପସ୍ଥିତ ଥିଲେ ।