ଭଞ୍ଜନଗର ପୌର ପରିଷଦ ପକ୍ଷରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ପୋଖରୀ ସଫେଇ ଅନୁଷ୍ଠିତ

25

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ସାରା ଦେଶ ସହିତ ଓଡ଼ିଶାର ପ୍ରତ୍ୟେକ ପୌରପରିଷଦ (Municipality) ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗୁଡ଼ିକରେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସବ୍ୟାପୀ ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନାଗରିକମାନଙ୍କ ମଧ୍ୟରେ ସ୍ଵଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ସହରାଞ୍ଚଳଗୁଡ଼ିକୁ ସ୍ଵଚ୍ଛ, ନିର୍ମଳ ଓ ସୁସ୍ଥ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସ୍ୱଚ୍ଛତା ହି ସେବା ୨୦୨୬ ଅଭିଯାନ ଅବସରରେ ଭଞ୍ଜନଗର ପୌରପାଳିକା ପକ୍ଷରୁ ଆଜି ଅକ୍ଟୋବର ୫ ତାରିଖ ସୋମବାର ୨୦୨୬ ଦିନ ସ୍ଥାନୀୟ ମନଇଛା ସାହି (୯ ନମ୍ବର ୱାର୍ଡ )ର ପୋଖରୀ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୈ। ରପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପୌରପରିଷଦ ର ସମସ୍ତ ସଦସ୍ୟ/କାଉନସିଲର, ସାନିଟେସନ୍ ଏକ୍ସପର୍ଟ ଙ୍କ ସହ ପୌରପାଳିକାର ସ୍ୱଚ୍ଛତା ଟିମ୍, ସ୍ୱଚ୍ଛ ସାଥୀ ଓ ସଫେଇ କର୍ମଚାରୀମାନେ ଏଥିରେ ଉପସ୍ଥିତ ରହି ସକ୍ରିୟ ଭାବେ ଯୋଗଦାନ କରିଥିଲେ ଓ ସଫେଇ କାର୍ଯ୍ୟ ମଧ୍ୟ କରିଥିଲେ। ପୋଖରୀ ଓ ଏହାର ଆଖପାଖ ଅଞ୍ଚଳକୁ ସଫା କରାଯାଇଥିବା ସହ ଜଳାଶୟର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅଭିଯାନ ମାଧ୍ୟମରେ ସ୍ୱଚ୍ଛତାରେ ଜନସହଭାଗିତାର ଗୁରୁତ୍ୱ ଉପରେ ବାର୍ତ୍ତା ପ୍ରଦାନ କରାଯାଇଥିଲା। “ସ୍ଵଚ୍ଛତା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଅଭ୍ୟାସରେ ପରିଣତ ହେବା ଦରକାର। ଆସନ୍ତୁ ସମସ୍ତେ ମିଶି ଆମ ପୌରାଞ୍ଚଳକୁ ସ୍ଵଚ୍ଛ, ସୁନ୍ଦର ଓ ଆଦର୍ଶ ସହର ଭାବେ ଗଢ଼ିତୋଳିବା।”

Leave A Reply

Your email address will not be published.