‘ଫୋନି’ ଦ୍ୱାରା ସମ୍ଭାବିତ କ୍ଷୟକ୍ଷତି ଆକଳନ, ପୁନରୁଦ୍ଧାର, ସମନ୍ୱୟ ଓ ପ୍ରତିକାର ନିମନ୍ତେ କଂଗ୍ରେସର   ୧୯ ଜଣିଆ କମିଟି

0

ଭୁବନେଶ୍ୱର:  ଭୟଙ୍କର ସାମୁଦି୍ରକ ଝଡ ‘ଫୋନି’ ଦ୍ୱାରା ହେବାକୁ ଯାଉଥିବା ସମ୍ଭାବ୍ୟ କ୍ଷୟକ୍ଷତି ଆକଳନ, ପୁନରୁଦ୍ଧାର, ସମନ୍ୱୟ ଓ ଆଶୁ ପ୍ରତିକାର ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ୧୯  ଜଣିଆ ସଦସ୍ୟଙ୍କୁ ନେଇ ଏକ ବାତ୍ୟା ଅନୁଧ୍ୟାନ ସମନ୍ୱୟ କମିଟି ଗଠନ କରିଛନ୍ତି । ସମସ୍ତ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଜିଲ୍ଲା କଂଗ୍ରେସ ସଭାପତି, ଚଳିତ ବିଧାନସଭା ଓ ଲୋକସଭାର କଂଗ୍ରେସ ପ୍ରାର୍ଥୀମାନେ ଘଟଣା ଉପରେ ସଂପୂର୍ଣ୍ଣ ନଜର ରଖିବା ସହ ରାଜ୍ୟ କମିଟିର କର୍ମକର୍ତା ଓ କଂଟ୍ରୋଲ ରୁମର  ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ନିର୍ଦ୍ଦେଶ  ଦେଇଛନ୍ତି ।

କମିଟି ସଦସ୍ୟ ସର୍ବଶ୍ରୀ ଗଣେଶ୍ୱର ବେହେରା, ମହମ୍ମଦ ମୋକିମ୍, ଡ. ଦେବାଶିଷ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ପଂଚାନନ ମଣ୍ଡଳ, ସଂଜୀବ ଗିରି, ରସାନନ୍ଦ ମହାନ୍ତି, ଅମୀୟ ପଟ୍ଟନାୟକ, ସନ୍ଧ୍ୟା ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଅମୀୟ ପାଣ୍ଡବ, ଜ୍ଞାନଦେବ ବେହୁରା, ମାନସ ଚୌଧୁରୀ, ପଦ୍ମାକର ଗୁରୁ, ପ୍ରତିମା ମଲ୍ଲିକ, ବିସ୍ମୟ ମହାପାତ୍ର, ମେରୀ ସୁରିନ୍ ଓ ଅଭିଷେକ ମହାନନ୍ଦ ରହିଛନ୍ତି ବୋଲି ପିସିସି ଉପସଭାପତି ତଥା ମୁଖପାତ୍ର ଯଜେ୍ଞଶ୍ୱର ବାବୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ ଜଣାଇଛନ୍ତି ।

Leave A Reply

Your email address will not be published.