ଗୋଟିଏ କୁକୁରର କାମୁଡ଼ାରେ ୧୧ ଆହତ

49

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସହରରେ ଶନିବାର ଗୋଟିଏ କୁକୁରର ଉପଦ୍ରବକୁ ନେଇ ଆତଙ୍କ ଦେଖାଦେଇଛି। ଶନିବାର ସକାଳଠାରୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୋଟିଏ କୁକୁର ଏକାଧିକ ଲୋକଙ୍କୁ କାମୁଡ଼ି ଓ ଝାମ୍ପି ନଖରେ ରାମ୍ପୁଡ଼ା ଆଘାତ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ଆହତମାନେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ।ଆହତଙ୍କ ମଧ୍ୟରେ ଜେ. କୁନି, ଜୟନ୍ତୀ ସବର, ସୁନେନା ଶତପଥୀ, ଦୟୁରୀ ଗମାଙ୍ଗ, ଜିସାୟ ସବର, ଅରୁଣ ପାଢ଼ୀ, ଗାୟତ୍ରୀ ତୋଇକା, ଏସ୍‌. ଭାରତୀ, ବବିତା ପାଲକ, ଡି. ଉପେନ୍ଦ୍ର ଓ ସଦାମ ସବର ରହିଛନ୍ତି। ଅର୍ଥାତ୍‌ ମୋଟ ୧୧ ଜଣଙ୍କ ନାମ ମିଳିଛି। ଗୋଟିଏ ଦିନରେ ଏତେ ସଂଖ୍ୟକ କୁକୁର କାମୁଡ଼ା ଆହତ ଚିକିତ୍ସାଳୟରେ ପହଞ୍ଚିବାରୁ ଡାକ୍ତର ଓ ଚିକିତ୍ସାକର୍ମୀମାନେ ବ୍ୟସ୍ତ ହୋଇପଡ଼ିଥିଲେ। ତେବେ ସମସ୍ତ ଆହତଙ୍କୁ ଠିକ୍‌ ସମୟରେ ଆବଶ୍ୟକ ଚିକିତ୍ସା ଓ ସୁବିଧା ଯୋଗାଇ ଦିଆଯାଇଥିବା ଡାକ୍ତର କହିଛନ୍ତି। ସମସ୍ତଙ୍କୁ ଆଣ୍ଟି-ରାବିଜ୍‌ ଇଞ୍ଜେକ୍ସନ ସହ ଆବଶ୍ୟକ ଔଷଧ ଓ ଇଞ୍ଜେକ୍ସନ ଦିଆଯାଇଛି। ଏଥିସହ ଏହି ସମୟରେ କେଉଁ ଖାଦ୍ୟ ଖାଇବା ଓ କେଉଁ ଖାଦ୍ୟ ନଖାଇବା ନେଇ ମଧ୍ୟ ଚିକିତ୍ସକମାନେ ଆହତଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.