ଗଞ୍ଜାମ ଜିଲ୍ଲା ସୋରଡା ସହର ମଠ ସାହିର କରୁଣାକର ନାୟକ ଙ୍କ ପୁତ୍ର କିଶାନ୍ ଗତ ୫ ଦିନ ହେବ ନିଖୋଜ ଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଧରାକୋଟ ବ୍ଳକ ଅନ୍ତର୍ଗତ ବରଡାବିଲି ଗ୍ରାମ ନିକଟସ୍ଥ ରୁଷିକୁଲ୍ୟା ନଦୀ ପଠାରୁ ଉଦ୍ଧାର କରିଛନ୍ତି। ମୃତ ଛାତ୍ର କିଶାନ୍ ଆଦର୍ଶ ବିଦ୍ୟାଳୟ ର ଛାତ୍ର ଓ ଗତ ୨୮ ତାରିଖ ଦିନ ଟିଉସନ୍ କୁ ରୁଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ବୁଡି ଯାଇଥିଲା। ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରି ପାଇନଥିବା ବେଳେ ଗତକାଲି ଗାଁ ଲୋକେ ଶବ ଭାସୁଥିବା ଦେଖି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ଓ ବିଭାଗୀୟ କର୍ମଚାରୀ ମାନେ ବୁଡିଥିବା ଅବସ୍ଥାରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
Sign in
Sign in
Recover your password.
A password will be e-mailed to you.