ଜଳାଭାବକୁ ଦୃଷ୍ଟିରେ ରଖି ଚେକ ଡ୍ୟାମ ଦାବି 

0

ନୂଆପଡା /ବୋଡେନ (ଶୁଭେନ୍ଦୁ ପଣ୍ଡା ) ,କୁଳେକେଲା, ଅର୍ଜୁନା, ଲିମପଡା, କେଉବୁର୍ଲା ଆଦି ଗ୍ରାମରେ ଖରା ଦିନରେ କୂଅରୁ ପାଣି କମି ଯାଉଥିବାରୁସ୍ଥାନୀୟ ଲୋକମାନେ ଏଠାରେ ଥିବା ଏହିଲାଟ ନଦୀରେ ଚଗଲା ମଠ ପାଖରେ ଗୋଟିଏ ଚେକ ଡ୍ୟାମ ନିର୍ମାଣ କରିବା ସକାଶେ  ଗୋଟିଏ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତସଭାରେ ସ୍ଥାନୀୟ ଗ୍ରାମବାସୀମାନେ ତଥା ଅଂଚଳରସାମାଜିକ କାର୍ଯ୍ୟକର୍ତା ଶ୍ରୀ ଅନ୍ତରାମ ଚିନ୍ଦା ଏବଂ ଶାସଁକ ପ୍ରଶାସକର ବ୍ଲକପ୍ରତିନିଧି  ଶ୍ରୀ ଶୁଭେନ୍ଦୁ ପଣ୍ଡା  ମଧ୍ୟ ଉପସ୍ଥିତ ରହି ଏହି ଅଂଚଳରେ ପାଣିର ଲେବେଲ କମି ଯାଉଥିବାରୁ ଚିନ୍ତା ବ୍ୟକ୍ତ କରିଥିଲେ। ଏଣୁ କୂଅ ମାନଙ୍କରେ ପାଣି ଲେବେଳ ବଢାଇବାକୁ ହେଲେ ଚଗଲା ମଠ ପାଖରେ ଏକ ଚେକ ଡ୍ୟାମ  ନିର୍ମାଣ କରାଇବା ପାଇଁ ସ୍ଥିର କରାଗଲା ଏବଂ ଶ୍ରୀ ଶୁଭେନ୍ଦୁ ପଣ୍ଡାଙ୍କୁ ଖଡ଼ିଆଳ MIP ଅଫିସ ସହିତ ଯୋଗାଯୋଗ କରିବାକୁ କୁହାଗଲା। ଶ୍ରୀ ପଣ୍ଡାଙ୍କ ଯୋଗାଯୋଗ କ୍ରମେ MIP ଅଫିସରୁ SDO ଶ୍ରୀ ମିଶ୍ର ବାବୁ ଏହି ସାଇଟଦେଖିବାକୁ ଆସିଥିଲେ ଏବଂ ତାଙ୍କ ଷ୍ଟାଫଙ୍କୁ ଏହାର ଲେବେଲ ନେବାକୁ ପରାମର୍ଶ ଦେଇଥିଲେ ଓ ବହୁତ ଶୀଘ୍ର ଏଠାରେ ଏକ ଚେକ ଡ୍ୟାମ  ତିଆରି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.