ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଲେ ପ୍ରଶାସନିକ ଅଧିକାରୀ ଓ ସ୍ବେଚ୍ଛାସେବୀ

21

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ତଥା ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ପୂର୍ବରୁ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହର ନିକଟରେ ଥିବା କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ମାଆ ରାମଚଣ୍ଡୀ ପୀଠରେ ଆଜି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପୂଜା କମିଟି ବରିଷ୍ଠ ପରାମର୍ଶଦାତା ତଥା ଗଜପତି ଜିଲ୍ଲାର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରୋସେକ୍ୟୁଟର ରାଜେଶ କୁମାର ମିଶ୍ର ଓ ସଂଯୋଜକ ତଥା ରେଳବାଇରେ କାର୍ଯ୍ୟରତ କମଳ ପଣ୍ଡାଙ୍କ ସଂଯୋଜନାରେ ପୂଜା କମିଟି ଉପଦେଷ୍ଟା ତ୍ରିପତି ବାଲାଜି ମିଶ୍ରଙ୍କ ନେତୃତ୍ୱରେ ରାମଚଣ୍ଡୀ ପୂଜା କମିଟି , ସେବା ପ୍ରତିନିଧି ସଙ୍ଗଠନ ଓ ବ୍ରହ୍ମପୁରସ୍ଥିତ ସି.ଡ଼ବ୍ଲ୍ୟୁ.ସି. ସଦସ୍ୟ ଜଗନ୍ନାଥ ଚୌଧୁରୀଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡିସ୍ଥିତ ଜଷ୍ଟିସ କର୍ଣ୍ଣର ଚାରିଟେବଲ ଟ୍ରଷ୍ଟର ସଦସ୍ୟ ଓ କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଷ୍ଟମ ବାଟାଲିୟନର ଶତାଧିକ କର୍ମଚାରୀ ତଥା ସ୍ବେଚ୍ଛାସେବୀଙ୍କୁ ନେଇ ଆଜି ଏକ ବିଶାଳ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା।
ଆଜିର ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ସକାଳ ୭ଘଟିକାରୁ ଆରମ୍ଭ ହୋଇ ଦିବା ୧୦ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ନୂତନ ଭାବେ ଗଠନ କରାଯାଇଥିବା ମନ୍ଦିର ପୂଜା କମିଟିର ସମସ୍ତ ସଦସ୍ୟ ତଥା ମନ୍ଦିର ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା , ପୂଜାକମିଟି ସମ୍ପାଦକ ବିମଳ ପଣ୍ଡା , ଉପସଭାପତି ମନୋଜ ମିଶ୍ର , କୁଞ୍ଜ ନାୟକ , ଉପଦେଷ୍ଟା ବଂଶୀଧର ନାୟକ , ଶଙ୍କର ନାୟକ , ଓକିଲ ଲସିତ ବେହେରା , ଏସ. ରବି , ରିଙ୍କୁ ସାହୁ , ଟୁଟୁ ନାୟକ , ସୁଶାନ୍ତ ଗୌଡ଼ , ମନୋରଞ୍ଜନ ବେହେରା , ପି. ଲୋକନାଥ ରେଡ୍ଡୀ , ସନ୍ତୋଷ ପଣ୍ଡା , ସୁଧୀର ମହାରଣା , ଭବି ବେହେରା , ବରୁଣ ଚୌଧୁରୀ ପ୍ରମୁଖ ସଦସ୍ୟ ଯୋଗ ଦେଇ ସାହାଯ୍ୟର ହାତ ବଢ଼ାଇ ମନ୍ଦିରର ପୁରାତନ ଐତିହାସିକ ରାମକୁଣ୍ଡକୁ ପରିଷ୍କାର କରିବା ସହ ତା’ର ପୁନରୁଦ୍ଧାର କରିଥିଲେ।
ସର୍ବଶେଷରେ କରପଡ଼ା ସରପଞ୍ଚ ଅଜୟ ନାୟକ ଏହି ସ୍ୱଚ୍ଛତା କାର୍ଯ୍ୟରେ ସହଯୋଗର ହାତ ବଢାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ କାର୍ଯ୍ୟକ୍ରମରେ ଏହିପରି ସହାୟତାର ହାତ ବଢାଇବାକୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, ମନ୍ଦିରରେ ୧୬ଦିନିଆ ଶାରଦୀୟ ଦୁର୍ଗାପୂଜା ଅକ୍ଟୋବର ୩ ତାରିଖ ମୂଳାଷ୍ଟମୀରୁ ଆରମ୍ଭ ହୋଇ ଦୁର୍ଗାପୂଜା ଦଶମୀ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.