ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ

11

ବଲାଙ୍ଗିର ତା ୨/୧୦: ସ୍ଥାନୀୟ ବଲାଙ୍ଗୀର ସହର ମାଲପଡ଼ା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ସ୍କୁଲ ପ୍ରତିଷ୍ଠାତା ତଥା ମେନେଜିଙ୍ଗ ଡାଇରେକ୍ଟର ରବିଚନ୍ଦ୍ର ଉଦଗାତା, ଚେୟାରମ୍ୟାନ ବୀରେନ୍ଦ୍ର ନାରାୟଣ ଉଦଗାତା, ଏକାଡେମିକ ପ୍ରିନ୍ସିପାଲ ଡ. ରବିଚନ୍ଦ୍ର ପଶାୟତ ପ୍ରମୁଖ ଗାନ୍ଧୀ ଓ ଶାସ୍ତ୍ରୀ ଜୀ ଙ୍କ ଫଟୋଚିତ୍ର ରେ ଫୁଲ ଚନ୍ଦନ ସମର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ଗାନ୍ଧୀ ଦର୍ଶନ ଭାରତ ବର୍ଷ କାହିଁକି ବିଶ୍ୱବ୍ୟାପୀ ସ୍ୱୀକୃତି ହୋଇଛି ଏବଂ ଭାରତ ବର୍ଷକୁ ବିକାଶୋନ୍ମୁଖୀ ଦେଶ ଭାବରେ ଗଢ଼ି ତୋଳିବାରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ସ୍ୱପ୍ନ ଏବଂ ପ୍ରୟାସ ଅତୁଳନୀୟ ବୋଲି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ବୃନ୍ଦ ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ରେ ସହରରେ ଆୟୋଜିତ ହୋଇଥିବା ସ୍ୱଚ୍ଛତା ରେଲି ରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷିକା, ଅଭିଭାବକ ବୃନ୍ଦ ଯୋଗଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଙ୍କ ଆକର୍ଷଣୀୟ ବେଶ୍ ପୋଷାକ ରେ ସୁସଜ୍ୱିତ ହୋଇ ପଦଯାତ୍ରାରେ ଝଲସି ଉଠୁଥିଲେ । ସ୍ୱଚ୍ଛତା ସମ୍ପର୍କିତ ପ୍ଲା କାର୍ଡ ପ୍ରଦର୍ଶନ ଓ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ରାଲିରେ ସାମ୍ବାଦିକ ଆକୁଳ ବେହେରା, ସମାଜସେବୀ ଅନ ୟା ଦାଶ, ରାମ ଦାଶ.ଯୋଦଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଆଶିକ ଯୋଶୀ, ରୋହିତ୍ ବକୁଳ, ଆରତୀ ପ୍ରିୟଦର୍ଶନୀ, ନମିତା ସାଗର, ଆଶାରାଣୀ ବିଶ୍ୱାଳ, ମୋନାଲିସା ସାହୁ, ସ୍ନିଗ୍ଧା ବାରିକ, ପ୍ରୀତି ପର୍ଣ୍ଣ। ମିଶ୍ର, ଆର ସୁଲତାନା ପ୍ରମୁଖ ସଂଯୋଜନା କରିଥିଲେ। ଶେଷରେ ଅନୁପମା ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.