କଳାହାଣ୍ଡିରୁ ତୁଲମଣି ନାଗ: : ଧର୍ମଗଡ ଅଂଚଳରେ ଏକ ଦୁର୍ଘଟଣାଜନିତ ମୃତ୍ୟୁକୁ କେନ୍ଦ୍ର କରି ଏହାର ପ୍ରତିବାଦରେ ହୋଇଥିବା ରାସ୍ତାରୋକୋ ପ୍ରଶାସନର ହସ୍ତକ୍ଷେପ ପରେ ଅପସାରିତ ହୋଇଥିଲା | ତତ୍କାଳ ସହାୟତା ଓ କ୍ଷତିପୂରଣ ପ୍ରତିଶ୍ରୁତି ପରେ ରାସ୍ତାରୋକୋ ହଟିବା ସହ ଅନ୍ତିମ ସଂସ୍କାର ହୋଇଥିବା ଜଣପଡିଛି |
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ପିପିଲା ଗ୍ରାମର ରଘୁନାଥ ବାଗଙ୍କ ପୁଅ ନୀଳାଞ୍ଚଳ ବାଗ ବୟସ(32)ଗତ 24ତାରି ଖଦିନ ସନ୍ଧ୍ୟାରେ ଧର୍ମଗଡ଼ ରୁ ନିଜ ଗାଁ କୁ ଫେରୁଥିବା ବେଳେ ଏକ ଟ୍ରାଭେରା ଗାଡି OR-02-BE-0552 ଧକ୍କା ଦେଇଥିଲା I ଫଳରେ ନୀଳାଞ୍ଚଳ କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଧର୍ମଗଡ଼ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ I ପରେ ନୀଳାଞ୍ଚଳ ର ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନା କୁ ନିଆଯାଇଥିଲା ହେଲେ ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନୀଳାଞ୍ଚଳ ବାଗ ର ମୃତ୍ୟୁ ହୋଇଯାଇଥିଲା I ବୁର୍ଲା ଡାକ୍ତରଖାନାରୁ ସବ ଧର୍ମଗଡ଼କୁ ଆସିବାପରେ ଶବକୁ ମୁଖ୍ୟରାସ୍ତା ଉପରେ ରଖି କ୍ଷତି ପୂରଣ ପାଇଁ ଦାବିରେ ପରିବାର ଲୋକଙ୍କ ସହ ଧର୍ମଗଡ଼ ଅଞ୍ଚଳ ବାସୀ ପୂର୍ବତନ ଜିଲ୍ଲା ଯାଦବ ସଭାପତି ଡମ୍ବରୁଧର ଲାହଜଲ, ଯୁବ ଯାଦବ କୋଷାଧ୍ୟକ୍ଷ ସନ୍ତୋଷ ବାଗ, ଜିଲ୍ଲା ସହ ସମ୍ପାଦକ ଚନ୍ଦ୍ରଶେଖର ବାଗ, ଲବଣି ରାଉତ,ଦିଗାମ୍ବର ଦୁରିଆ, ମେହେର ପଡଦୋଷୀ,ପ୍ରେମଲାଲ ସାଗର, ଗୁଣମଣି ପୋଡ଼ଙ୍କ ସହ ମୃତ ଙ୍କ ପରିବାର ଲୋକେ ଏବଂ ପିପିଲା ଗ୍ରାମବାସୀ, ଧର୍ମଗଡ଼ ବାସୀ ମିଳିତ ଭାବେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ଘଟଣା ସ୍ଥଳକୁ ଧର୍ମଗଡ଼ ଏସଡ଼ିପିଓ ଲକ୍ଷୀ ନାରାୟଣ ପଣ୍ଡା, ଏଡିସନାଲ ତହସିଲଦାର ପଦ୍ମନାଭ ବେହେରା ଓ ଆଇଆଇସି ଡମ୍ବରୁ ପରଜା ପହଞ୍ଚି ଲୋକଙ୍କୁ ବୁଝାଇ ସୁଝାଇ ମୃତକ ପରିବାରକୁ କ୍ଷତିପୂରଣ ହରିଶ୍ଚନ୍ଦ୍ର ଯୋଜନା ରୁ 2000 ଟଙ୍କା, ରେଡ଼କ୍ରସ ରୁ 10,000 ଟଙ୍କା ଦେବା ସହ ମୃତ୍ୟୁ ପ୍ରମାଣ ପତ୍ର ଦାଖଲ କଲେ ତୁରନ୍ତ ବିଧବା ଭତ୍ତା N.F.B.S.ଫଣ୍ଡରୁ 20,000 ଟଙ୍କା, ଇନ୍ଦିରା ଆବାସ ଘର, ତିନିଦିନ ଭିତରେ ଗାଡି ମାଲିକକୁ ଡାକି ମୃତ ପରିବାରକୁ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶୃତି ଦେଥିଲେ I ତାପରେ ପରିବାର ଲୋକେ ରାସ୍ତା ଅବରୋଧ ବନ୍ଦ କରିଥିଲେ I