ଭୁବନେଶ୍ୱର- ଓଡିଶାର ସ୍ୱାଭିମାନ ଉତ୍କଳ ଗୌରବମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମଧୁବାବୁଙ୍କ ନାମକୁ୍ ସ୍ମରଣ କରି ରବିବାର ଭୁବନେଶ୍ୱର ରାଜଭବନ ଛକରେ ଥିବା କୁଳବୁଦ୍ଧଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ସମସ୍ତଙ୍କ ଶ୍ରଦ୍ଧାର କେନ୍ଦ୍ର ଓଡିଶାର ସ୍ୱାଭିମାନ ଉକ୍ରଳ ଗୌରବ ମଧୁବାବୁଙ୍କର ଜନ୍ମ ଦିନ । ମଧୁବାବୁ ଆଧୁନିକ ଓଡିଶାର କଳ୍ପନା କରିଥିଲେ । ଭାଷା ଆନେ୍ଦାଳନ କରି ଓଡିଶାକୁ ପରିଚୟ ଦେଇଥିଲେ । ଓଡିଶାର ପରିଚୟ ମଧୁବାବୁଙ୍କର ଓଡିଶା ଭାଷାଭିତିକ ରାଜ୍ୟର ଆନେ୍ଦାଳନ । ଏକବିଂଶ ଶତାବ୍ଦୀର ନୂଆ ଓଡିଶାର କଳ୍ପନା ମଧୁବାବୁଙ୍କ ନେତୃତ୍ୱରେ କରାଯାଇଥିଲା ।
ଆଜିର ଦିନରେ ସାଢେ ୪ କୋଟି ଓଡିଆ ଭାଷାଭାଷୀ ଲୋକମାନେ ମଧୁ ଜୟନ୍ତୀ ସ୍ୱାଭିମାନ ଦିବସରେ ସମସ୍ତେ ନୂଆ ଓଡିଶା ଗଠନ କରିବା ସହ ଓଡିଶାକୁ ଆଗକୁ ନେବାର ସଂକଳ୍ପ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।