ଆମ ଗୌରବ ଆମ କଲେଜ ତରଫରୁ ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଏକ ଭର୍ଚୁଆଲ କର୍ମଶାଳା

13

ଭୁବନେଶ୍ୱର : ” ଆମ ଗୌରବ ଆମ କଲେଜ” ପରିଚାଳନା ସଂଗଠନ ତରଫରୁ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କୁ ନେଇ “ଜାତୀୟ ଶିକ୍ଷାନୀତି ୨୦୨୦ ” ଉପରେ ଏକ ଭର୍ଚୁଆଲ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳା ର ମୁଖ୍ୟ ବିଷୟବସ୍ତୁ ଥିଲା “ଡି କୋର୍ଡିଂ ନେସନାଲ ଏଜୁକେସନ ପଲିସି ୨୦୨୦ ଏ ଗାଇଡ ଫର୍ କ୍ୟାମ୍ପସ ଲିଡ ଇନୋଭେସନ ଆଣ୍ଡ ଇଣ୍ଟରପ୍ରିନୀୟର ଶିପ “। ଏହି କର୍ମଶାଳାର ମୁଖ୍ୟ ବକ୍ତା ଥିଲେ ରାହୁଲ କ୍ରୀଷ୍ଣା ନନ୍ଦ ପ୍ରତିଷ୍ଠାତା ଓ ସଭାପତି,ପ୍ରଥମ ନବ ସୃଜନକାରୀ,ଷ୍ଟାର୍ଟ ଅପ୍ ବିକାଶ ପରିବେଶ ଭୁବନେଶ୍ୱର ,ଓଡ଼ିଶା । ଶ୍ରୀଯୁକ୍ତ ନନ୍ଦ କହିଥିଲେ ଜାତୀୟ ଶିକ୍ଷାନୀତି ୨୦୨୦ ଛାତ୍ର ଛାତ୍ରୀ ମାନଙ୍କୁ କେବଳ ପାରମ୍ପରିକ ଚାକିରି ପାଇଁ ପ୍ରସ୍ତୁତ ନକରି ସୃଜନଶୀଳ ଚିନ୍ତା,ସମସ୍ୟା ସମାଧାନ,କୌଶଳ ବିକାଶ ଓ ଉଦ୍ୟମି ମନୋଭାବ ବିକଶିତ କରିବା ଉପରେ ଗୁରୁତ୍ଵ ଦିଏ । କ୍ୟାମ୍ପସରେ ଇନୋଭେସନ ସେଲ,ଷ୍ଟାର୍ଟ ଅପ୍ ସପୋର୍ଟ ଏବଂ ଗବେଷଣା ଭିତ୍ତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଏ । ଛାତ୍ର ଛାତ୍ରୀଙ୍କ ନୂତନ ଧାରଣାକୁ ପ୍ରୋଟୋ ଟାଇପ ରେ ପରିଣତ କରିବା, ମେଣ୍ଟରିଂ,ଆର୍ଥିକ ସହାୟତା ଆଦି ଉପରେ ଆଲୋଚନା କରାଯାଇପାରେ। ଏଥିସହିତ ଶିକ୍ଷକ, ଶିଳ୍ପ ସଂସ୍ଥା, ସରକାରଙ୍କ ସହଯୋଗ କ୍ୟାମ୍ପସରେ ଏକ ସୁଦୃଢ ଇନୋଭେସନ ଏଵଂ ଇକୋ ସିଷ୍ଟମ୍ ଗଠନରେ ସହାୟକ ହୋଇପାରେ । ଏହି କର୍ମଶାଳାରେ ଏକ ବିଶ୍ବବିଦ୍ୟାଳୟ ଏବଂ ଦଶଟି ମହାବିଦ୍ୟାଳୟ ର ପାଖାପାଖି ୧୩୦୦ ଛାତ୍ର ଛାତ୍ରୀ ଯୋଗଦାନ କରି ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଜ୍ଞାନ ଆହରଣ କରିଥିଲେ । କାର୍ଯକ୍ରମ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ହେଲେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ,ଭୁବନେଶ୍ୱର,ସୁନାବେଡ଼ା ମହିଳା ଡିଗ୍ରୀ ମହାବିଦ୍ୟାଳୟ,କୋରାପୁଟ, ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ,ଦେବଗଡ଼,ଏକାମ୍ର ଡିଗ୍ରୀ ମହାବିଦ୍ୟାଳୟ,ଖୋର୍ଦ୍ଧା,ବିରୂପା ମହାବିଦ୍ୟାଳୟ ,କେନ୍ଦ୍ରାପଡ଼ା,ଲକ୍ଷ୍ମୀନାରାୟଣ ଡିଗ୍ରୀ ମହାବିଦ୍ୟାଳୟ ,କେନ୍ଦୁଝର,କୁନ୍ତଳାକୁମାରୀ ସାବତ ମହାବିଦ୍ୟାଳୟ,ବାଲେଶ୍ଵର,ବିଜୁପଟ୍ଟନାୟକ ଡିଗ୍ରୀ ମହାବିଦ୍ୟାଳୟ,କୋରାପୁଟ,ଶ୍ରମସକ୍ତି ଡିଗ୍ରୀ ମହାବିଦ୍ୟାଳୟ ,ସୁନ୍ଦରଗଡ଼,ସ୍ବାମୀ ଶିବାନନ୍ଦ ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ,ଦେବଗଡ଼ । ଜାତୀୟ ଶିକ୍ଷାନୀତି ୨୦୨୦ ଶିକ୍ଷାକୁ କେବଳ ଏକ ଡିଗ୍ରୀ ହାସଲରେ ସୀମିତ ନରଖି ” ଶିଖିବା ,ସୃଷ୍ଟି କରିବା,ଉଦ୍ୟମ କରିବା” ଦିଗରେ ଆଗେଇ ନବାର ଏକ ସୁଯୋଗ ପ୍ରଦାନ କରୁଛି । ଏଭଳି ପଦକ୍ଷେପ ମାଧ୍ୟମରେ ଛାତ୍ର ଛାତ୍ରୀ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ଶିକ୍ଷା,ଆଲୋଚନା ଓ ଦକ୍ଷତା ବିକାଶ ପାଇଁ ଅର୍ଥପୂର୍ଣ୍ଣ ମଞ୍ଚ ଯୋଗାଇବା ଦିଗରେ ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ ର ପ୍ରତିବଦ୍ଧତା ପୁନଃ ପ୍ରତିଫଳିତ ହୋଇଥିଲା । କାର୍ଯ୍ୟକ୍ରମରେ ଅମଗୌରବ ଆମ କଲେଜ ର ରାଜ୍ୟ ସଂଯୋଜକ ଡ. ଚଣ୍ଡୀ ଚରଣ ରଥ ଏବଂ ପରିଚାଳକ ଶ୍ରୀ ହରିହର ବଡ଼ପଣ୍ଡା ଉପସ୍ଥିତ ଥିଲେ ଏବଂ ଆଇସି ଓ ସୋସିଆଲ ମିଡ଼ିଆ ସଂଯୋଜିକା ଚୈତାଲି ସୋମ କର୍ମଶାଳାକୁ ସଂଚାଳନା କରିଥିବାବେଳେ ସ୍ଵାତୀପ୍ରଭା ମିଶ୍ର, ପ୍ରୀତିନନ୍ଦl ମହାପାତ୍ର ଏଵଂ ଶ୍ରୀ ଅଭିରାମ ଜେନା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.