ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ, ଅଭିଯୁକ୍ତ ଗିରଫ

22

ପାରଳାଖେମୁଣ୍ଡି : ମାନ୍ୟବର ଏସ୍ .ଡି.ଜେ.ଏମ୍ ପାରଳାଖେମୁଣ୍ଡିଙ୍କ ଅଦାଲତ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରି ପାରଳାଖେମୁଣ୍ଡି ପୋଲିସ ଅଭିଯୁକ୍ତ ମନ୍ମଥ କୁମ୍ଭ , ପିତା- ଦଣ୍ଡାସି କୁମ୍ଭଙ୍କୁ ଆଜି ଭୋର ସମୟରେ ତାଙ୍କ ନିଜ ଗ୍ରାମରୁ ଗିରଫ କରିଛି। ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨/୧୨୦- ବି ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ହାଜର କରିବା ପାଇଁ ମାନ୍ୟବର ଅଦାଲତ ଏହି ପରୱାନା ଜାରି କରିଥିଲେ।
ଅଭିଯୁକ୍ତ ନିଜ ଗ୍ରାମରେ ଥିବା ସମ୍ପର୍କରେ ବିଶ୍ୱସ୍ତ ସୂଚନା ପାଇ ପୋଲିସ ଟିମ୍ ଆଜି ଭୋର ସମୟରେ ଚଢ଼ଉ କରି ତାଙ୍କୁ ଧରିଥିଲା। ପରୱାନା ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ମାନ୍ୟବର ଏସ୍‌.ଡି.ଜେ.ଏମ୍.ପାରଳାଖେମୁଣ୍ଡିଙ୍କ ଅଦାଲତରେ ହାଜର କରାଯାଉଛି ବୋଲି ପୋଲିସ ପକ୍ଷରୁ ପ୍ରେସ୍ ନୋଟ୍ ରେ ଜଣାଯାଇଛି।

Leave A Reply

Your email address will not be published.