ଜ୍ୟୋତିର୍ବିଦ୍ ଏମ୍. ସତ୍ୟନାରାୟଣଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟିତ

8

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଆଜି ୨୯/୯/୨୬ ଗୁଣପୁର ର ଜ୍ୟୋତିଷ ତଥା ବାସ୍ତୁଶାସ୍ତ୍ର ବିଶେଷଜ୍ଞ ଏମ୍. ସତ୍ୟନାରାୟଣଙ୍କ ସ୍ମୃତିରେ ତାଙ୍କ ପ୍ରତିମୂର୍ତ୍ତି ଗଦିଆଖଲା ନିକଟସ୍ଥ ଶିରିଡ଼ି ସାଇ ମନ୍ଦିର ପାର୍ଶ୍ୱରେ ଉଦ୍‌ଘାଟିତ ହୋଇଛି। ତାଙ୍କ 6 ତମ ବାର୍ଷିକୀ ଅବସରରେ ପରିବାରବର୍ଗ, ଶିରିଡ଼ି ସାଇ ମନ୍ଦିର କମିଟି ଓ ତାଙ୍କ ଶିଷ୍ୟମାନଙ୍କ ମିଳିତ ଉଦ୍ୟମରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

ଏମ୍. ସତ୍ୟନାରାୟଣ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ର କ୍ଷେତ୍ରରେ ନିଜର ଜ୍ଞାନ ଓ ଅଭିଜ୍ଞତା ପାଇଁ ପରିଚିତ ଥିଲେ। ଗଦିଆଖଲା ନିକଟସ୍ଥ ଶିରିଡ଼ି ସାଇ ମନ୍ଦିରର ପ୍ରତିଷ୍ଠାତା ଭାବେ ମଧ୍ୟ ତାଙ୍କର ଅବଦାନ ରହିଛି। ବୃତ୍ତିଗତ ଜୀବନରେ ସେ ଲିଫ୍ଟ ଇରିଗେସନ୍ ବିଭାଗର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର ଥିଲେ।

ପ୍ରତିମୂର୍ତ୍ତି ଉଦ୍‌ଘାଟନ ଅବସରରେ ତାଙ୍କ ପରିବାରବର୍ଗ, ମନ୍ଦିର କମିଟିର ସଦସ୍ୟ, ଶିଷ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ସ୍ମୃତିଚାରଣ କରିଥିଲେ। ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ତାଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ ବୋଲି ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ।

ବିଶିଷ୍ଟ ଜ୍ୟୋତିର୍ବିଦ୍ ଡଃ ପ୍ରଦୀପ ଚୌଧୁରୀଙ୍କ ଗୁରୁ ଭାବେ ମଧ୍ୟ ଏମ୍. ସତ୍ୟନାରାୟଣଙ୍କର ବିଶେଷ ପରିଚୟ ରହିଛି। ତାଙ୍କ ଜ୍ଞାନ, ଶିକ୍ଷା ଓ ଅବଦାନକୁ ସ୍ମରଣ କରି ଉପସ୍ଥିତ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.