ଡାବୁଗାଁ, ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ନବରଙ୍ଗପୁର ଜିଲ୍ଲା ଡାବୁଗାଁସ୍ଥିତ ଭୈରବ ମହାବିଦ୍ୟାଳୟ ପରିସରରେ ଜର୍ଣ୍ଣାଲିଷ୍ଟ କ୍ଲବ୍ ଡାବୁଗାଁ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଜନୈତିକ ଦଳର ପ୍ରତିନିଧି, ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ୍ ଓ ସାମ୍ବାଦିକମାନେ ଯୋଗଦେଇ ଗଣମାଧ୍ୟମର ଗୁରୁତ୍ୱ ଏବଂ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇଥିବା ବେଳେ ବିଜେପି ସାଂସଦ ପ୍ରତିନିଧି ରାଜେନ୍ଦ୍ର ବିଶୋୟୀ, ବିଜେପି ଯୁବନେତା ସୁବ୍ରଜିତ ପାଣିଗ୍ରାହୀ, କଂଗ୍ରେସ ବ୍ଲକ୍ ସଭାପତି ଜି. ସାଇ ରାଜୁ, ବିଜେଡି ବ୍ଲକ୍ ସଭାପତି ସୁରେନ୍ଦ୍ର ମିଶ୍ର, ବରିଷ୍ଠ ସମାଜସେବୀ ପ୍ରକାଶ ପଣ୍ଡା, +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ, +୩ ମହାବିଦ୍ୟାଳୟର ଅଧ୍ୟକ୍ଷା ଚନ୍ଦନା ପଣ୍ଡା ଏବଂ କିରାଣୀ ଦୟାନିଧି ତାକ୍ରି ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଜର୍ଣ୍ଣାଲିଷ୍ଟ କ୍ଲବ୍ ଡାବୁଗାଁର ସଭାପତି କୁନୁ ପାଣିଗ୍ରାହୀ, ସମ୍ପାଦକ ନରେଶ ସିଂ, କୋଷାଧ୍ୟକ୍ଷ ସନ୍ତୋଷ ପାଢ଼ୀ, ମୁଖପାତ୍ର ଜିତେନ୍ଦ୍ର ମିଶ୍ର, ଯଶୋବନ୍ତ ପରିଚ୍ଛା, ଅର୍ଜୁନ ତାଣ୍ଡି ଓ ଗଣେଶ ଛତ୍ର ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସିଦ୍ଧାର୍ଥ ମହାନ୍ତି ପରିଚାଳନା କରିଥିଲେ।
ଜାତୀୟ ପ୍ରେସ୍ ଦିବସ ଅବସରରେ ସାମ୍ବାଦିକତା କେବଳ ଖବର ପରିବେଷଣର ମାଧ୍ୟମ ନୁହେଁ, ବରଂ ଏହା ସମାଜର ଦର୍ପଣ ଓ ଗଣତନ୍ତ୍ରର ଏକ ମଜବୁତ ସ୍ତମ୍ଭ ବୋଲି ମତ ପ୍ରକାଶ ପାଇଥିଲା। ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବା ସାମ୍ବାଦିକଙ୍କ ମୁଖ୍ୟ ଦାୟିତ୍ୱ ବୋଲି ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାମ୍ବାଦିକ ଓ ଜନପ୍ରତିନିଧିଙ୍କ ମଧ୍ୟରେ ସୁସମ୍ପର୍କ ଏବଂ ସମାଜର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗଣମାଧ୍ୟମର ଭୂମିକାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.