ପାରଳାଖେମୁଣ୍ଡି / ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି। ଗୁରାଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ଡ.ଏସ୍. ଲଳିତା , ଡ.ପୂର୍ଣ୍ଣଚନ୍ଦ୍ର ପାତ୍ର , ଡ.ରଜତ ସେଠୀ , ଡ. ଦିପାଞ୍ଜଳି ନାଏକ , ସଖୀ ଓ୍ୱାନ୍ ଷ୍ଟେପ୍ ସେଣ୍ଟରର ପ୍ରଶାସକ ସୁନୀତା ରଥ ଯୋଗଦାନ କରିଥିଲେ।ଅତିଥିମାନେ ନିରାପଦ ଗର୍ଭପାତ ସେବା , ମହିଳା ଅଧିକାର ଓ ବିଭିନ୍ନ ସରକାରୀ ଯୋଜନାର ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିଥିଲେ। ଏଥିରେ ସ୍ୱାସ୍ଥ୍ୟକର୍ମୀ , ଆଶାକର୍ମୀ , ସ୍ୱାସ୍ଥ୍ୟ ସୁପରଭାଇଜର ମାନେ ଯୋଗଦାନ କରିଥିଲେ।