ମହିଳା ସ୍ନାତକ ମହାବିଦ୍ୟାଳୟରେ ‘ସଲ୍ଟ ମାଇଣ୍ଡ ’ମାଇଣ୍ଡ ଏଡୁକେସନ କାର୍ଯ୍ୟକ୍ରମ

21

ପାରଳାଖେମୁଣ୍ଡି / ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ , ପାରଳାଖେମୁଣ୍ଡିର ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଆଜି ମହାବିଦ୍ୟାଳୟ ପରିସରରେ ‘ The SALT Foundation’ର ‘SALT MIND – Mind Education’ ଶୀର୍ଷକ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ରୀନା ସାହୁଙ୍କ ଅଧ୍ୟକ୍ଷତା ରେ ଏବଂ ଶକ୍ତିଶ୍ରୀ ସେଲ୍‌ର ସଂଯୋଜିକା ଶ୍ରୀମତୀ ବରଦା ଆଚାର୍ଯ୍ୟଙ୍କ ସମନ୍ୱୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏଥିରେ The SALT Foundationର ପ୍ରଫେସର ମାନହେମ ନାୟକ (IMEI Certified, South Korea) ଯୋଗଦେଇ ଯୁବପିଢ଼ିଙ୍କ ପାଇଁ ମାଇଣ୍ଡ ଏଡୁକେସନର ଗୁରୁତ୍ୱ ଉପରେ ମାର୍ଗଦର୍ଶନ ଦେଇଥିଲେ। ଶିକ୍ଷାର୍ଥୀମାନେ କିପରି ନିଜ ଚିନ୍ତା ଓ ଭାବନାକୁ ବୁଝିବେ ଓ ନିୟନ୍ତ୍ରଣ କରିବେ, ଚାପ, ବିଫଳତା, ସାମାଜିକ ତୁଳନା, ସୋସିଆଲ୍ ମିଡିଆର ଅତିରିକ୍ତ ବ୍ୟବହାର ଓ ଭବିଷ୍ୟତର ଅନିଶ୍ଚିତତାକୁ କିପରି ସାହସର ସହ ସାମ୍ନା କରିବେ—ସେନେଇ ପ୍ରାୟୋଗିକ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆତ୍ମବିଶ୍ୱାସ , ଶୃଙ୍ଖଳା , ଧୈର୍ଯ୍ୟ , ସକାରାତ୍ମକ ଚିନ୍ତାଧାରା , ଦାୟିତ୍ୱବୋଧ ଓ ନେତୃତ୍ୱ ଗୁଣ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଛାତ୍ରୀମାନେ ମଧ୍ୟ ଆଲୋଚନା ଓ ବିଭିନ୍ନ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଯୋଗଦେଇଥିଲେ ଏବଂ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଏବଂ ସମସ୍ତ ଅଣ ଶିକ୍ଷକ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ।
“HOPE IN ACTION – Seek • Aid • Love • Treat” ବାର୍ତ୍ତା ସହିତ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।

Leave A Reply

Your email address will not be published.