ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ଖଲ୍ଲିକୋଟ ର ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ।

12


(ଶାସକ ପ୍ରଶାସକ/ ଗଞ୍ଜାମ ଖଲ୍ଲିକୋଟ ରୁ ଶିବରାମ ଜେନା: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହର ର ହାର୍ଟ ଅଫ୍ ଦି ଟାଉନ୍ ରେ ଅବସ୍ଥିତ, ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ।ଉକ୍ତ ବିଦ୍ୟାଳୟ ୧୯୧୭ ମସିହାରେ ସ୍ଥାପିତ ହୋଇଥିଲା। ଯାହାକି ଖଲ୍ଲିକୋଟ ରାଜ ବଂଶର ଅବଦାନ ଅତୁଳନୀୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦିନଥିଲା ଖଲ୍ଲିକୋଟ ତଥା ବହୁ ଦୂରଦୂରାନ୍ତରୁ ଛାତ୍ର ମାନେ ଏଠାକୁ ଆସି ବିଦ୍ୟା ଅଧ୍ୟୟନ କରୁଥିଲେ । ଏଠାରୁ ବିଦ୍ୟା ଅଧ୍ୟୟନ କରି ସରକାରଙ୍କ ଶାସନ କ୍ଷେତ୍ରରେ ଵହୁ ଉଚ୍ଚପଦବୀ ରେ ନିଯୁକ୍ତି ପାଇଛନ୍ତି ବୋଲି ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ, ବର୍ତ୍ତମାନ ର ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ ମଧ୍ୟ ଜଣେ ପୁରାତନ ଛାତ୍ର ଥିଲେ ଓ ଉଚ୍ଚ ପଦବୀରେ ନାଲକୋ ରେ ଅଧିକାରୀ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ଏବେ ଡବଲ୍ ଇଞ୍ଜିନ୍ ସରକାରଙ୍କ ଶାସକ ଦଳର ବିଧାୟକ ରୂପେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହୋଇଛନ୍ତି। ଯାହାକି ଖଲ୍ଲିକୋଟ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ର ଗର୍ବ ଗୋୖରବ ।ଏ ଅବସରରେ କହିବାକୁ ଗଲେ ବର୍ତ୍ତମାନ ଦେଖିବାକୁ ମିଳିଛି ପରିତ୍ୟକ୍ତ ଅବସ୍ଥା ରେ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ।
ଏହାର ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ , ଚାରିଆଡ଼େ ମାଡିଛି ଲତା ଆଉ ଗୁଳ୍ମଜାତୀୟ ବୁଦୁବୁଦୁକିଆ ବୃକ୍ଷ ଲତା ।
ତା ସାଙ୍ଗକୁ ଦେଖିବାକୁ ମିଳିଛି ସାନ ମଠ ର ସାମ୍ନା ପାଚରୀ ଯାହାକି ପଶ୍ଚିମ ଦିଗକୁ ଅଛି ତାହା ଭାଙ୍ଗି କରି ପଡ଼ିଛି, ଚାରିଆଡ଼େ ମେଲା,ଵୁଲାଗାଇଗୋରୁ ମାନଙ୍କରପାଦ୍ରୁଭାବ ବଢ଼ିବାରେ ପରିଲକ୍ଷିତ ହେଉଛି। ବିଦ୍ୟାଳୟର ଦକ୍ଷିଣ ପାର୍ଶ୍ୱରେ ଥିବା ସାଇକେଲ ଷ୍ଟାଣ୍ଡ୍ ,ଶୌଚାଳୟ ର ଛାତ ଓ ରେଗ୍ ଉପରେ ଲତା ବୁଦା ମାଳିଛି ଯେ ସରିସୃପ ଜାତୀୟ ଜନ୍ତୁମାନେ ମଧ୍ୟ ଥାଇ ପାରନ୍ତି।
ଏଣେ ବିଦ୍ୟାଳୟ ର ରଙ୍ଗ ଫିକା ପଡି ଶିଉଳି ପଡ଼ିଗଲାଣି ଏଠାରେ ଉଲ୍ଲେଖଯୋଗ୍ୟ ଯେ ସରକାରଙ୍କ ପକ୍ଷରୁ ଶିକ୍ଷକ ମାନଙ୍କ ର ବିଭିନ୍ନ ତାଲିମ୍ କାର୍ଯ୍ୟ କ୍ରମ ଚାଲିଯାଉଛି।
ଛାତ୍ର ଛାତ୍ରୀ ମାନଙ୍କ ର ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟ କ୍ରମ ଚାଲିଥିଲା ବେଳେ ଏଠାକୁ ଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଫିସର ମାନେ ଆସିଥାଉ ଛନ୍ତି। ହେଲେ ନଜର ପଡୁନାହିଁ ବିଦ୍ୟାଳୟ ର ଉନ୍ନତି କରଣ ଦିଗରେ କିମ୍ବା ବିଦ୍ୟାଳୟ ର ପରିବେଶ ଉପରେ ବୋଲି ଚର୍ଚ୍ଚା ର ବିଷୟ ପାଲଟିଛି ଖଲ୍ଲିକୋଟ ର ଜନସାଧାରଣ ମଧ୍ୟରେ ତଥା ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ବୋଲି ଜଣାପଡିଛି ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ତଥା କାର୍ଯ୍ୟ ରତ ରିପୋର୍ଟ ର ଶିବରାମ ଜେନା ବହୁବାର ନିୟୁଜ୍ ମାଧ୍ୟମରେ ସରକାରଙ୍କୁ ତଥା ଶିକ୍ଷା ଅନୁଷ୍ଠାନ ର ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁନଥିବା ଜଣାଯାଏ। ତେଣୁ ଡବଲ୍ ଇଞ୍ଜିନ୍ ସରକାରଙ୍କ ଶାସକ ପ୍ରଶାସକ ଙ୍କୁ ନିବେଦନ କରିଛନ୍ତି ଜନସାଧାରଣ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Leave A Reply

Your email address will not be published.