୧୭ ସେପ୍ଟେମ୍ବର ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପାଳନ କରାଯାଉଥିବା “ସେବା ସଂକଳ୍ପ ଅଭିଯାନ-୨୦୨୬” ଅବସରରେ “ସେବାରେ ମୋର ଯୋଗଦାନ” କାର୍ଯ୍ୟକ୍ରମ ଅନ୍ତର୍ଗତ ଏରସମା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏରସମା ବ୍ଲକର ୧୦ ଗୋଟି ଉଚ୍ଚ ବିଦ୍ୟାଳୟରେ ଜଳାତଙ୍କ ରୋଗର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ୧-ଚମ୍ପେଶ୍ୱର ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ,ଡିହସାହି, ୨-ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ପୋଖରୀଆପଡ଼ା, ୩-ଗାଦିବ୍ରହ୍ମ ଉଚ୍ଚ ବିଦ୍ୟାଳୟ,ଅସରଣା, ୪-ଗ୍ରାମେଶ୍ୱର ଉଚ୍ଚ ବିଦ୍ୟାଳୟ,ପଞ୍ଚପଲ୍ଲୀ ରେ ବ୍ଲକ୍ ବିଡିଓ ଦାଶରଥି ଜେନା ଓ ବ୍ଲକ୍ ପ୍ରାଣିଚିକିତ୍ସା ଅଧିକାରୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜଳାତଙ୍କ ରୋଗର ସଚେତନତା ଉପରେ ଆଲୋକପାତ କରିଥିଲେ। ସେହିପରି ୫-ଓଡିଶା ଆଦର୍ଶ ବିଦ୍ୟାଳୟ,ସିହା, ୬-ସରକାରୀ ଉଚ୍ଚ ବିଦ୍ୟାଳୟ,ଏରସମା ଓ ୭-କାଳିଆବୁଦା ଗାଦିବ୍ରହ୍ମ ଉଚ୍ଚ ବିଦ୍ୟାଳୟ,ଜପା ରେ ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ଅଧିକାରୀ,ଏରସମା ତଥା ୮-ହାଡ଼ିବନ୍ଧୁ ଉଚ୍ଚ ବିଦ୍ୟାଳୟ,ମନ୍ଦିରା,ପଲ୍ଲୀକଣ୍ଟା, ୯-ସାରଳା ଉଚ୍ଚ ବିଦ୍ୟାଳୟ,ଭିତର ଅନ୍ଧାରୀ ଓ ୧୦-ପତିତପାବନ ଉଚ୍ଚ ବିଦ୍ୟାଳୟ,ସିଙ୍ଗିପୁର ରେ ଏରସମା ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ସହିତ ଜଳାତଙ୍କ ରୋଗ ସଚେତନତା ସମ୍ବନ୍ଧରେ ଆଲୋଚନା କରିଥିଲେ ।
ଏହି ଅବସରରେ ଉପରୋକ୍ତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ଏରସମା ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ସିଆର୍ ସିସି ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଜଳାତଙ୍କ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି ଦ୍ୱାରା ଏହି ରୋଗର ନିୟନ୍ତ୍ରଣ ଓ ପ୍ରତିକାର କରିବା ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ଏହି ଅବସରରେ ଉପସ୍ଥିତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଜଳାତଙ୍କ ରୋଗ ସମ୍ବନ୍ଧରେ ନିଜ ପରିବାର ଓ ଗାଁ ଲୋକଙ୍କୁ ଏହି ମାରାତ୍ମକ ଜଳାତଙ୍କ ରୋଗ ବିଷୟରେ ସଚେତନ କରାଇବା ପାଇଁ ସଂକଳ୍ପ ନେଇଥିଲେ ।