ଖାକିରେ କେବଳ କଠୋରତା ନୁହେଁ, ରହିଛି ମାନବିକତାର ହୃଦୟ

17

ଚର୍ଚ୍ଚାରେ ବରଗଡ଼ ଏସଡିପିଓ ଏ.ବି. ଶିଳ୍ପା

ବରଗଡ :-ପୋଲିସର ପରିଚୟ କେବଳ ଖାକି ପୋଷାକ କିମ୍ବା ହାତରେ ଥିବା ଆଇନର କ୍ଷମତା ନୁହେଁ, ବରଂ ଅସହାୟ ମଣିଷର ଦୁଃଖ ସମୟରେ ତାଙ୍କ ପାଖରେ ଛିଡ଼ା ହେବାର ମାନବିକତା ମଧ୍ୟ। ଏହାର ଏକ ଉଦାହରଣ ଦେଖାଇଛନ୍ତି ବରଗଡ଼ SDPO ଏ.ବି. ଶିଳ୍ପା ।ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶୋକାକୁଳ ପରିବାର ନ୍ୟାୟ ଦାବିରେ ବରଗଡ଼ ଗୁରୁଦ୍ୱାରା ଛକରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ SDPO ଶିଳ୍ପା ମ୍ୟାଡାମ୍ ସେଠାରେ ପହଞ୍ଚି ଉତ୍ତେଜନା ବଦଳରେ ସମ୍ବେଦନଶୀଳତାର ପରିଚୟ ଦେଇଥିଲେ।ଶୋକସନ୍ତପ୍ତ ପରିବାର ପାଖରେ ବସି ସେମାନଙ୍କ ଦୁଃଖ ଶୁଣିବା, ଧୈର୍ଯ୍ୟର ସହ କଥା ହେବା ଓ ଆଶ୍ୱାସନା ଦେବାର ଦୃଶ୍ୟ ଅନେକଙ୍କ ହୃଦୟ ଜିତିଛି।ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ ଜଣେ ପୋଲିସ ଅଧିକାରୀଙ୍କ ପାଇଁ ଆଇନର ରକ୍ଷା ସହ ମାନବିକତାର ରକ୍ଷା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.