୭ ଦିନ ପାଇଁ ସମୟ ମାଗିଲେ ପ୍ରଶାସନିକ ଅଧିକାରୀ
ସମ୍ବଲପୁର(ଲିପନ ନାଏକ ) ଶିକ୍ଷକ ଅଭାବ ଓ ଅନ୍ୟନ୍ୟ ସ୍କୁଲ ସମସ୍ୟାକୁ ନେଇ ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ଭାତପୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଅଭିଭାବକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ତାଳାବନ୍ଦ ଆନ୍ଦୋଳନ କରାଯାଇଥିଲା l ପ୍ରଶାସନିକ ଅଧିକାରୀ ଙ୍କ ପକ୍ଷରୁ ୭ ଦିନ ମଧ୍ୟରେ ନୂଆଁ ଶିକ୍ଷକ ନିଯୁକ୍ତି ପ୍ରତିଶୃତି ଦେବାପରେ ଆନ୍ଦୋଳନ ସ୍ଥଗିତ କରାଯାଇଥିଲା l
ସୂଚନାଯୋଗ୍ୟ ଯେ ଏହି ବିଦ୍ୟାଳୟରେ ଶିଶୁବାଟିକା ରୁ ଅଷ୍ଟମ ଶ୍ରେଣୀ ପ୍ରଯ୍ୟନ୍ତ ମାତ୍ର ୩ ଜଣ ଶିକ୍ଷକ ରହୁଥିବାବେଳେ ଶିକ୍ଷାଦାନ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି l ସ୍କୁଲରେ ଶିକ୍ଷକ ନିଯୁକ୍ତି ପଦ ପାନୀୟ ଜଳ, ନୂତନ ଶ୍ରେଣୀ ଗୃହ, ବିଦ୍ୟାଳୟ ପାଚେରୀ ଓ ଶୌଚାଳୟ ନିର୍ମାଣ ଦାବିରେ ଗତ ନଭେମ୍ବର ୫ ତାରିକରୁ ପ୍ରଶାସନ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ତେବେ ୧୨ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଠୋସ ପଦକ୍ଷେପ ନିଆଯାଏନଥିବାରୁ ଶତାଧିକ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ l ଖବର ପାଇ କୁଚିଣ୍ଡା ଉପଜିଲ୍ଲାପାଳ ଶ୍ରୀ ସି ସରବର୍ଣ୍ଣ ଓ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଂଚି ଅଭିଭାବକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆସନ୍ତା ୭ ଦିନ ମଧ୍ୟରେ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ l ଏଥିସହ ଅନ୍ୟାନ ଭିତିଭୂମି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଡ଼ିଓ ବିଦ୍ୟାଳୟ ପରିସରରେ ପହଂଚି ଆଶ୍ୱାସନl ଦେଇଥିଲେ ପ୍ରଶାସନା ଏହି ପ୍ରତିଶୃତିପରେ ଆନ୍ଦୋଳନକରି ମାନେ ତାଲାବନ୍ଦ ଆନ୍ଦୋଳନ ସ୍ଥଗିତ କରିଥିଲେ l

ଏହି ଆନ୍ଦୋଳନରେ ପୂର୍ବତନ ଏସଏସଡି ଅଧକ୍ଷ ବିଜୟ କୁମାର ମହାନ୍ତି, ବିଜେଡି ସାଧାରଣ ସମ୍ପାଦକ ସୁଜିତ କୁମାର ମହାନ୍ତି,ବ୍ଲକ ଶିକ୍ଷା ଅଧିକାରୀ ରୁକ୍ମଣ ପଟେଲ,ସରପଞ୍ଚ ପ୍ରହଲ୍ଲାଦ ଧୂରୁଆ, ପୂର୍ବତନ ସରପଞ୍ଚ ରଥିକାନ୍ତ କିସାନ, ରୁଦ୍ରନାରାୟଣ ବେହେରା,ସୁଜୟ ମହାନ୍ତି, ଦୁର୍ଗା ସେଠି,ପ୍ରଭାତ ବେହେରା, ମଣ୍ଟୁ ମହାନ୍ତି,ବିକାଶ ସାହୁ, ଟୀକନ ଶର୍ମା,କୀର୍ତ୍ତନ କିସାନ,ସନ୍ତୋଷ ଠାକୁର, ଯୁଗେଶ ଆଚାର୍ଯ୍ୟ,ଶରତ ଠାକୁର, ବିଳାସିନୀ ନାଏକ,ଅନୁପମା ମାଝୀ, ସବିତା ପ୍ରଧାନ ଓ ଶକୁନ୍ତଳା କିସାନଙ୍କ ସମେତ ବହୁ ଜନପ୍ରତିନିଧି, ଅଭିଭାବକ ଓ ଗ୍ରାମବାସୀ ଯୋଗଦେଇଥିଲେ l