କଳିଙ୍ଗା ଘାଟି ରାସ୍ତାରେ ଯାନବାହନ ଚଳାଚଳ ନିଷେଧ ଅବଧି ବୃଦ୍ଧି

10

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ::ଆସନ୍ନ ଅବପାତ ଏବଂ ପ୍ରବଳ ବର୍ଷା, ଭୂସ୍ଖଳନ ଓ ରାସ୍ତା ଭିତ୍ତିଭୂମିରେ ବାଧା ସୃଷ୍ଟିର ସମ୍ଭାବନାକୁ ଦୃଷ୍ଟିରେ ରଖି, କଳିଙ୍ଗା ଘାଟି ରାସ୍ତାରେ ସମସ୍ତ ପ୍ରକାର ମୋଟର ଯାନ ଚଳାଚଳ ଉପରେ ୨୩.୦୯.୨୦୨୬ ରୁ ୨୪.୦୯.୨୦୨୬ ପର୍ଯ୍ୟନ୍ତ ନିଷେଧ ଜାରି କରାଯାଇଥିଲା। ବର୍ତ୍ତମାନ ମଧ୍ୟ ପ୍ରବଳ ବର୍ଷା ଜାରି ରହିବା ସହ ଭୂସ୍ଖଳନର ସମ୍ଭାବନା ଥିବାରୁ କଳିଙ୍ଗା ଘାଟି ରାସ୍ତାରେ ଯାନବାହନ ଚଳାଚଳ ଅସୁରକ୍ଷିତ ହେବାର ଆଶଙ୍କା ରହିଛି। ଯାତ୍ରୀମାନଙ୍କ ସୁରକ୍ଷା, ଦୁର୍ଘଟଣା ଓ ମାନବ ଜୀବନହାନି ସହିତ ସରକାରୀ ସମ୍ପତ୍ତିର କ୍ଷୟକ୍ଷତିକୁ ରୋକିବା ନିମନ୍ତେ ଏହି ନିଷେଧାଦେଶକୁ ସତର୍କତାମୂଳକ ଭାବେ ବୃଦ୍ଧି କରାଯାଇଛି। ମୋଟର ଯାନ ଆଇନ, ୧୯୮୮ର ଧାରା ୧୧୫ ସହିତ ଧାରା ୧୧୬ ଅନୁଯାୟୀ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଭି. କୀର୍ତ୍ତି ଭାସନ, କଳିଙ୍ଗା ଘାଟି ରାସ୍ତାରେ ସମସ୍ତ ପ୍ରକାର ମୋଟର ଯାନ ଚଳାଚଳ ଉପରେ ଜାରି ଥିବା ନିଷେଧାଦେଶକୁ ୨୫.୦୯.୨୦୨୬ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ଜାରି ହେବା ପର୍ଯ୍ୟନ୍ତ କିମ୍ବା ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ରାସ୍ତାର ଯାତାୟାତ ଯୋଗ୍ୟ ଓ ସୁରକ୍ଷିତ ଅବସ୍ଥା ପୁନଃସ୍ଥାପିତ ହେବା ପର୍ଯ୍ୟନ୍ତ,* ଯେଉଁଟି ପ୍ରଥମେ ଘଟିବ, ସେପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଦେଶ ଜାରି କରିଛନ୍ତି। ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଦେଶ ନଂ. ୨୮୬୯, ତା. ୨୧.୦୯.୨୦୨୬ ମାଧ୍ୟମରେ ନିର୍ଦ୍ଧାରିତ ବିକଳ୍ପ ରାସ୍ତାଗୁଡ଼ିକ ମଧ୍ୟ ଯଥାବତ୍ ବଳବତ୍ତର ରହିବ। ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷ ଏହି ଆଦେଶର କଡ଼ାକଡ଼ି ସହ ପାଳନ ସୁନିଶ୍ଚିତ କରିବା ସହିତ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ।

Leave A Reply

Your email address will not be published.