ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ବିଜେଡିର ନଗର କମିଟି ଘୋଷଣା ହୋଇଛି। ଦଳର ରାଜ୍ୟ ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଦସ୍ତଖତ ସମ୍ବଳିତ ଏହି କମିଟିର ପୂର୍ବତନ କାଉନସିଲର ପୂର୍ଣ୍ଣଚନ୍ଦ୍ର ବାଉରୀ ଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଛି ସେହିପରି ଉପସଭାପତି ଭାବେ ରାଜେଶ ପଣ୍ଡା , କାଉନସିଲର ଭାଗିରଥି ବିଶ୍ଵୋୟୀ ,ମୁଖି ଶ୍ରୀନୁ , କାଉନସିଲର ଶିବ ପ୍ରସାଦ ପାଢ଼ୀ ଙ୍କୁ ସାଧାରଣ ସମ୍ପାଦକ ,ସାଇ କ୍ରିଷ୍ଣା,ଉଦୟ ଶବର, କୈଳାସ ମଣ୍ଡଳ, ଚନ୍ଦ୍ର ମାଉଳି ଓ ସୁବାସ ନାଗ ଙ୍କୁ ସମ୍ପାଦକ ଏବଂ ଯୁବ ଆଇନଜୀବୀ ସୁରଜ୍ ପାତ୍ର ଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ପ୍ରଧାନ କରାଯାଇଛି। ବିଜେଡି ଏଥର ପୁରା ନୂଆ ଯୁବ ଚେହେରା ମାନଙ୍କୁ ନେଇ ନୂତନ କମିଟି ଗଠନ କରାଗଲା।