ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

13

ବ୍ରହ୍ମପୁର: ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟିର ଏକ ବୈଠକ ଗତ ୨୦ ସେପ୍ଟେମ୍ବର ୨୦୨୬ ତାରିଖରେ କମିଟିର ସଭାପତି ଶ୍ରୀ ରାମ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ୟାଙ୍କ କଲୋନୀର ବିଭିନ୍ନ ସ୍ଥାନୀୟ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା।ବୈଠକରେ ବ୍ୟାଙ୍କ କଲୋନୀର ୧ନଂ ଲେନ୍ରୁ ୮ନଂ ଲେନ୍ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ୱେ ଫଳପ୍ରଦ ନ ହେବ ହେତୁ ବୈଠକ ରେ କ୍ଷୋଭ ପ୍ରକାଶ କରାଯାଇଥିଲା I ପୌର କର୍ତ୍ତୃପକ୍ଷଙ୍କ ନିକଟକୁ କମିଟି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳ ପୁନର୍ବାର ଯାଇ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ ଅଞ୍ଚଳର ଷ୍ଟ୍ରିଟ୍ଲାଇଟ୍ଗୁଡ଼ିକର ସୁଚାରୁ ରୂପେ କାର୍ଯ୍ୟକାରିତା ଓ ଆବଶ୍ୟକ ସ୍ଥାନରେ ନୂତନ ଆଲୋକ ବ୍ୟବସ୍ଥା ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେବା ନିମନ୍ତେ ମଧ୍ୟ ସ୍ଥିର କରାଯାଇଥିଲା।କମିଟିର ସଂଗଠନକୁ ଅଧିକ ସୁଦୃଢ଼ ଓ ସୁସଂଗଠିତ କରିବା ଲକ୍ଷ୍ୟରେ ବ୍ୟାଙ୍କ କଲୋନୀ ଉନ୍ନୟନ ପରିଷଦ ର ବାଇ-ଲ’ ପ୍ରସ୍ତୁତି କରିବା ଏବଂ ତାହାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରି ପଞ୍ଜିକରଣ ଦାୟିତ୍ୱ ଶ୍ରୀ ଲିଙ୍ଗରାଜ ସାହୁଙ୍କୁ ପ୍ରଦାନ କରାଯାଇଥିଲା।ବ୍ୟାଙ୍କ କଲୋନୀର ଉନ୍ନୟନମୂଳକ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଏକତା ବଜାୟ ରଖିବା ପାଇଁ ସଂଗଠନର ନାମ “ବ୍ୟାଙ୍କ କଲୋନୀ ଉନ୍ନୟନ ପରିଷଦ” ଭାବେ ନାମକରଣ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା।ବୈଠକରେ କମିଟିର ବହୁ ସଦସ୍ୟ ଯୋଗଦେଇ ବ୍ୟାଙ୍କ କଲୋନୀର ରାସ୍ତା, ଆଲୋକୀକରଣ, ପରିମଳ, ନାଗରିକ ସୁବିଧା ଓ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ଉପରେ ମତାମତ ରଖିଥିଲେ। ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ପୌର କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କାର୍ଯ୍ୟକାରୀ ସଭାପତି ଶ୍ରୀ ରମେଶ ମହାପାତ୍ର ଆହ୍ୱାନ ଦେଇଥିଲେ।ସାଧାରଣ ସମ୍ପାଦକ ଡ଼ ଶଙ୍କର ମାଝୀ ପୂର୍ବ ସଭା ର ନିର୍ଧାରଣ ପାଠ କରି ପୌର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିବା ପିଚୁ ରାସ୍ତା ନିର୍ମାଣର ପତ୍ର ଗୁଡିକୁ ଉପସ୍ଥାପନ କରିଥିଲେ I ଉକ୍ତ ବୈଠକରେ ସିମାଞ୍ଚଳ ପଣ୍ଡା ,ପୃଥ୍ୱୀରାଜ ସିଂହ , ଉମା ମିଶ୍ର ,ମମତା ବିଶୋୟୀ ,17 ନମ୍ବର ୱାର୍ଡ ର କର୍ପୋରେଟର ଦୁର୍ଗା କୁମାର ଲାୟକ ,ଗୋପାଳକୃଷ୍ଣ ପତି ,ସି ଏଚ ରାମକୃଷ୍ଣ ଦାସ ,ପ୍ରଦୀପ କୁମାର ଦାସ ,ବିଜୟ କୁମାର ଦାସ ଓ ହରିଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଅଂଚଳ ର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ I

Leave A Reply

Your email address will not be published.